ସଡକ ସୁରକ୍ଷା ସଚେତନତା ରଥକୁ ଜିଲ୍ଲାପାଳ କଲେ ଶୁଭ ଉଦଘାଟନ

ଭଦ୍ରକ, ୧୨ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସଡକ ସୁରକ୍ଷା ସଚେତନତା ବାତର୍ତ୍ତା ସାରାଭାରତରେ ପ୍ରଚାର କରିବାକୁ ଭ୍ରମଣରେ ବାହାରିଛନ୍ତି ଭଦ୍ରକର ଉଦୟମାନ ଯୁବକ ସନ୍ତୋଷ କୁମାର ମିଶ୍ର  । ରଥ ମାଧ୍ୟମରେ ସାରା ଭାରତ ଭ୍ରମଣ କରି  ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଚାର କରିବା ତାଙ୍କର ଲକ୍ଷ୍ୟ ଅଟେ ।  ଏଥିସକାଶେ ସଚେତନତା ରଥକୁ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ  ।  ବିଗତ ୧୭ ବର୍ଷ ଧରି ସଡ଼କ ସୁରକ୍ଷା, ଏଡ଼ସ୍ ସଚେତନତା, ରାଷ୍ଟ୍ରିୟ ଏକତା, ସ୍ୱଚ୍ଛଭାରତ ମିଶନ ଭଳି କାର୍ଯ୍ୟକ୍ରମକୁ ସମଗ୍ର ଭାରତ ବର୍ଷରେ ଜନସଚେତନାତା କାର୍ଯ୍ୟକ୍ରମ ଶ୍ରୀ ମିଶ୍ର କରିଆସୁଛନ୍ତି । ଏହିଭଳି ଅଭିନବ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଳାପାଳ ଶ୍ରୀ ଦାସ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମସ୍ତ  ବିଭାଗୀୟ ଅଧିକାରୀ , କର୍ମଚାରୀ, ଆଞ୍ଚଳିକ ପରିବହନ ଅଧିକାରୀ ଓ ଜିଲ୍ଳା ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆୟୋଜକ ଶ୍ରୀ ମିଶ୍ରଙ୍କୁ ଉସôାହିତ କରିଥିଲେ ।

Leave a Reply

Your email address will not be published. Required fields are marked *