ସଡକ ସୁରକ୍ଷା ପାଇଁ ସମିକ୍ଷା ବୈଠକ

ପାରଳାଖେମୁଣ୍ଡି, ୨୪ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହଠାରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷାକୁ ନେଇ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲାପାଳ ଅନୁପମ ସାହା ବୈଠକରେ ଯୋଗଦେଇ ଜିଲାର ସଡକ ସୁରକ୍ଷା ବ୍ୟବସ୍ଥା ଉପରେ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରି ସମିକ୍ଷା କରିଥିଲେ। ସେହିପରି ପୋଲିସ ପ୍ରଶାସନ ପକ୍ଷରୁ କିପରି ଯାଞ୍ଚ କାର୍ଯ୍ୟ ଅଧିକ ସକ୍ରିୟ ହୋଇପାରିବ ତାକୁ ନେଇ ଆଲୋଚନା କରାଯାଇଥିଲା। ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ପାଇଁ ପୋଷ୍ଟର ଓ ବ୍ୟାନର ଲଗାଇ ସଚେତନତା କରିବା ପାଇଁ ପଦେକ୍ଷପ ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି। ସେହିପରି ନିଶା ସେବନ କରି ଗାଡି ଚଲାଇବା ବ୍ୟକ୍ତିଙ୍କୁ କିପରି ସଚେତନ କରାଯିବ ବା ଯାଞ୍ଚ କରି ଜରିମାନା ଆଦାୟ ହେବ ସେବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର, ଜିଲା ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖଙ୍କ ସହ ପୋଲିସ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *