ଜିଲ୍ଲା ପରିକ୍ରମା

ସଡକ ସୁରକ୍ଷା ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତି ଯୋଗୀତା

ମାଲକାନଗିରି,୨୮ା୪  (ଓଡିଆ ପୁଅ  ) ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଆଚଂଳିକ ପରିବାହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନର ଉଦଯାପନ ଦିବସ ଓ ପୁରସ୍କାର ବିତରଣି ଉତ୍ସବ ପାଇଁ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରରେ ପ୍ରତି ଯୋଗୀତା ଆରମ୍ଭ ହୋଇ ଯାଇଛି । ଜିଲ୍ଲାସୁଚନା ଲୋକ ସଂପର୍କବିଭାଗ ପାଠାଗାର ପରିସରରେ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଆଦର୍ଶ ସଡକର ଚିତ୍ର ଅଙ୍କନ,ଏକ ଟ୍ରଫିକ ଛକରେ ପୁଲିସ ସହିତ ରାସ୍ତାର ଚିତ୍ର ଅଙ୍କନ,ବକୃତା ପ୍ରତି ଯୋଗିତାରେ ସଡକ ଦୁର୍ଘଟଣାକୁ ଆମେ ଏଡାଇ ପାରିବାକି,ସଡକ ଦୁର୍ଘଟଣା ପ୍ରକୃତି ବିପର୍ଯ୍ୟୟ ଠାରୁ ଭୟଙ୍କର,ପ୍ରବନ୍ଧ ପ୍ରତି ଯୋଗୀତାରେ ସଡକ ଦୁର୍ଘଟଣାର କରାଣଦର୍ଶାଅ, ସଡକ ସୁରକ୍ଷାର ଗରୁତ୍ୱ ଉପରେ ପ୍ରତି ଯୋଗୀତା  ଆୟୋଜନ କରାଯାଇଥିଲା । ଏହି ପ୍ରତି ଯୋଗୀତାରେ ରେ ପର୍ଯ୍ୟବେକ୍ଷକ ଓ ବିଚାରକ ମଣ୍ଡଳୀ ଭାବେ ଶିକ୍ଷାବିତ ଅନଙ୍ଗ ମହାପାତ୍ର, ସାହିତ୍ୟ ଏକାଡେମୀର ସଦସ୍ୟ ରତ୍ନାକର ଦାଶ, ଶିକ୍ଷାବିତ ନାରାୟଣଚନ୍ଦ୍ର ଭୋଳ,ଜିଲ୍ଲାପ୍ରଶାସନ ପକ୍ଷରୁ ସରୋଜକୁମାର ପଟନାୟକ ଯୋଗଦେଇ ପରୀକ୍ଷା ପରିଚାଳନା କରିଥିଲେ ।

ଏହି ଅବସରେ ଆରଟିଓ ପ୍ରହ୍ଲାଦ କୁମାର ବେହେରା,ଏମଭିଆଇ ସଲିଲ କୁମାର ସେଠୀ, ଯୋଗଦେଇ ହେଲମେଟ ବ୍ୟବହାରକରିବା,ଗାଡି ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ବନ୍ଦରଖିବା,ମଦ୍ୟପାନ କରି ଗାଡି ନଚାଳାଇବା, ଟ୍ରାଫିକ ନିୟମ ପାଳିବା ସଂପର୍କରେ କହିଥିଲେ ।  ଏଥିରେ ବକ୍ତୃତା,ପ୍ରବନ୍ଧ, ଚିତ୍ରାଅଙ୍କନ ପରୀକ୍ଷା କରା ଯାଇଥିଲା ।  ଏହି ପ୍ରତି ଯୋଗୀତାରେ ୬ଷ୍ଟ ଓ ୭ମ ଶ୍ରେଣୀର କ ବିଭାଗରେ ଓ ୮ମ ଠାରୁ ୧୦ମ ଶ୍ରେଣୀ ଖ ବିଭାଗରେ ମୋଟ ୬୦ଜଣ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ଯୋଗ୍ୟବିବେଚିତ ହୋଇ ପ୍ରତି ଯୋଗୀତାରେ ଭାଗନେଇଥିଲେ ।  ଏହି ପ୍ରତି ଯୋଗୀତାରେ ଅନ୍ୟାନ ମାନଙ୍କ ମଧ୍ୟରେ  ଜିଲ୍ଲାସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣକିର୍ତନିୟା,ରଂଜନକୁମାର ମହାନ୍ତି, ପରୀକ୍ଷା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନାକରିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top