ସଡକ ସୁରକ୍ଷା ଓ ସ୍କୁଲ ବସ୍ ଚଳାଚଳ ସଂପର୍କରେ ଆଲୋଚନା ବୈଠକ

କେନ୍ଦ୍ରାପଡା ୨୩/୯(ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ)- – ଅତିରିକ୍ତ ଜିଲାପାଳ ଧନଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଡକ ସୁରକ୍ଷା ଓ ସ୍କୁଲ ବସ୍ ଚଳାଚଳ ସଂପର୍କରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ସଡକ ସପ୍ତାହ ପାଳନ ପାଇଁ ଏହି ବୈଠକରେ ଆଲୋଚନା ହେବା ସହିତ ସ୍କୁଲ ପିଲାମାନଙ୍କୁ ଯେଉଁ ବସଗୁଡିକ ସ୍କୁଲକୁ ନେବା ଆଣିବା କରୁଛନ୍ତି ସେହି ବସଗୁଡିକରୁ ଯେଭଳି ପିଲାମାନଙ୍କୁ ଓଭରଲୋଡିଂ କରି ନନିଆଯାଏ ସେଥିପ୍ରତି ଧ୍ୟାନ ଦେବାପାଇଁ କେନ୍ଦ୍ରାପଡା ଆର୍. ଟି. ଓଙ୍କୁ କେନ୍ଦ୍ରାପଡା ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ଯେଉଁ ବସଗୁଡିକ ସ୍କୁଲ ପିଲାମାନଙ୍କୁ ନେବାଆଣିବା କରୁଛି ସେ ବସଗୁଡିକର ପରମିଟ୍, ଇନସ୍ୟୁରାନ୍ସ ଏବଂ ଡ୍ରାଇଭରଙ୍କର ଲାଇସେନ୍ସ ତନଖି କରିବା ପାଇଁ ମଧ୍ୟ ଆର୍ଟିଓଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ବୈଠକରେ ଜିଲାର ବିଭିନ୍ନ ଇଂରାଜୀ ମାଧ୍ୟମ ସ୍କୁଲର ଅଧ୍ୟକ୍ଷଙ୍କ ସହିତ ଅନ୍ୟ ଯେଉଁ ସ୍କୁଲ ପକ୍ଷରୁ ପିଲାମାନଙ୍କୁ ବସରେ ନେବା ଆଣିବା କରାଯାଉଛି ସେ ସବୁ ସ୍କୁଲର ପ୍ରଧାନ ଶିକ୍ଷକମାନେ ମଧ୍ୟ ଏହି ଆଲୋଚନା ବୈଠକରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *