ସଡକ ସପ୍ତାହ ପାଳନ ଅବସରରେ- କୋରାପୁଟ ଟାଉନ ପୋଲିସ ଦ୍ୱାରା ଟ୍ରାଫିକ ସଚେତନତା ସଭା

କୋରାପୁଟ ; ତା୨୪-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସଡକ ସପ୍ତାହ ପାଳନ ଅବସରରେ କୋରାପୁଟ ଟାଉନ ପୋଲିସ ଦ୍ୱାରା ଟ୍ରାଫିକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆଲିସାନ ହୋଟେଲ ସଭାଗୃହଠାରେ ଆୟୋଜିତ ସଚେତନତା ସଭାରେ କୋରାପୁଟ ଉପ-ଜିଲ୍ଲାପାଳ କୃତିବାସ ରାଉତ ଯୋଗଦେଇ ରାସ୍ତାରେ ଦୁଇଚକିଆା ଗାଡି ଚଳେଇବା ସମୟରେ ହେଲମେଟ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ହିଁ ଗାଡି ବ୍ୟବହାର କରିବାକୁ ସେ ପ୍ରକାଶ କରିଥିଲେ।କୋରାପୁଟ ଟାଉନ ପୋଲିସ ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ ସଭାଟିକୁ ପରିଚାଳନା କରିଥିବା ବେଳେ କୋରାପୁଟ ଅତିରିକ୍ତ ଏସପି ଉଦ୍ଧବ ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ କେ .ଜେ. ରେଡ୍ଡି, ବରିଷ୍ଠ ସାମ୍ବାଦିକ ସିଏଚ .ସାନ୍ତାକାର ଓ ଶିକ୍ଷକ ଶିଶିର ପାତ୍ର ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ସଡକ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।କୋରାପୁଟ ଯୁବ ପରିଷଦର ସଭ୍ୟ ଓ ଟାଉନ ପୋଲିସର କର୍ମଚାରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *