ଓଡ଼ିଶା

ସଡକ ଦୁର୍ଘଟଣା ଘଟଣା ଦୁଇ ସ୍କୁଲ ଛାତ୍ରୀ ଗୁରୁତର

ଘଟଗାଁ, ୨୦-୭ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ)-ଭଦ୍ରକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଣା ପରେ ସ୍କୁଲ ଛାତ୍ର ଛାତ୍ରୀ ମାନେ କିପରି ସଡକରେ ସୁରକ୍ଷିତ ଯାତାୟତ କରିବେ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ଘଟଗାଁ ବ୍ଲକ ଢାଙ୍ଗରଡିହାରେ ସଡକ ଦୁର୍ଘଟଣାରେ ୨ ଜଣ ସ୍କୁଲ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଢାଙ୍ଗରଡିହା ହାଇସ୍କୁଲର ୨ ଜଣ ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍କୁଲ ଛୁଟି ପରେ ସାଇକେଲରେ ଘରକୁ ଫେରୁଥିବା ବେଳେ ପଛ ପାଶ୍ୱରୁ ଏକ ବାଇକ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବଣ ଚକୁଳିଆ ଗ୍ରାମର ବାସନ୍ତି ମୁଣ୍ଡା ଓ ସୁନିତା ମୁଣ୍ଡା ଗୁରତର ଆହତ ଅବସ୍ଥାରେ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ସୁନୀତାର ଗୋଡ ଭାଙ୍ଗି ଯାଇଥିବା ସହ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ରହିଥିବା କାରଣରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଡାକ୍ତରଖାନାରେ ଶିକ୍ଷା ବିଭାଗର ଅଧିକାରୀମାନେ ପହଁଚି ଅଧିକ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top