ଓଡ଼ିଶା

ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ପାରଳାଖେମୁଣ୍ଡି-୨୪ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ନଟରାଜ ସିନେମା ହଲ ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଦ୍ୱାରା ଏକ ୧୦ ଚକିଆ ଟ୍ରକକୁ ଓଭରଟେକ କରୁଥିବା ବେଳେ ଦୁର୍ଘଟଣା ଘଟି ଟ୍ରକ ଚକାରେ ଚାପି ହୋଇ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ ଦିନ ୧୧ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସହରର ନଟରାଜ ସିନେମା ମୁଖ୍ୟ ରାସ୍ତାରେ ପାରଳାଖେମୁଣ୍ଡି ଓଡିଆ ପାରଳାସାହିର ବାସିନ୍ଦା ଆନନ୍ଦ କୁମାର ବେହେରା (୪୮) ଓଡି୨୦.୮୦୯୨ନଂ ମୋଟରସାଇକେଲ ଦ୍ୱାରା ଏକ ୧୦ ଚକିଆ ଟ୍ରକ ନଂ ଓଆର୧୦ଇ୮୦୪୨କୁ ଅତିକ୍ରମ କରି ଆଗକୁ ଯିବାକୁ ଚେଷ୍ଟା କରିଥିଲେ। ଏଥିରେ ଦୁର୍ଘଟଣା ଘଟି ଟ୍ରକ ପଛ ଚକାରେ ମୋଟରସାଇକେଲ ଆରୋହି ପଡି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ଟ୍ରକ ଡ୍ରାଇଭର ଫେରାର ଅଛନ୍ତି। ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଘଟଣା ସ୍ଥଳରେ ଜିଆ ଆରକ୍ଷି ଅଧ୍ୟିକ୍ଷକ ଅମୁଲ୍ୟ କୁମାର ଦାସ, ଏସଡିପୁଓ ଠାକୁର ପ୍ରସାଦ ପାତ୍ର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ପ୍ରମୁଖ ପହଂଚିଥିଲେ। ମୋଟରସାଇକେଲ ଓ ଟ୍ରକକୁ ପୋଲିସ ଦ୍ୱାରା ଜବତ କରାଯାଇ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top