ସଡକ ଦୁର୍ଘଟଣାରେ ତିନି ଛାତ୍ର ଆହତ

ମାଲକାନଗିରି,୧୮ା ୩ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସ୍ଥ କୋରକୁଣ୍ଡା ବ୍ଲକ କିଚିପାଲିଗ୍ରାମର ତିନିଜଣ ଆଦିବାସୀ ଛାତ୍ର ଏକ ବାଇକ ଯୋଗେ ଗୋବିନ୍ଦପାଲିରୁ ଫେରୁଥିବା ସମୟରେ ଉଦୁଲିବେଢା ନିକଟରେ ଏକ ସରକାରି ବସ ଧକ୍କାଦେଇପଳାଇଥିଲା,ଏହି ତିନିଜଣ ଯୁବକ ରାସ୍ତାକଢରେ ଥିବା ଏକ ନାଳ ମଧ୍ୟକୁ ପଡି ଯାଇ ଆହତ ହୋଇଥିଲେ ।ଘଟଣାରୁ ପ୍ରକାଶ ଯେ କିଚିପାଲି ଗ୍ରାମର ମୁକେଶ ମାଡକାମି,କୃଷ୍ଣମାଡକାମି,ଜଗବନ୍ଧୁ ପାଟି ଏକ ବାଇକରେ କୌଣସି ଏକ କାମରେ ଗୋବିନ୍ଦପାଲିକୁ ଯାଇଥିଲେ ସେମାନେ ଗୋବିନ୍ଦପାଲି ଠାରୁ ରାତ୍ର ୮ଟା ରେ ନିଜଘର କିଚପାଲିକୁ ଫେରୁଥିବା ବେଲେ ମାଥିଲି ବ୍ଲକସ୍ଥ ଉଦୁଲିବେଢା ଗ୍ରାମ ବୁଲାଣି ରାସ୍ତାରେ ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ଏକ ସରକାରି ବସ ଟି ହଟାତ ଆସି ଯିବାରୁ ଏମାନେ ବାଇକଟିକୁ ବୁଲାଇଦେଇଥିଲେ ବସର ପଛପଟେ ବାଇକଟି ଘଷିହୋଇ ରାସ୍ତାକଢକୁ ଛିଟିକି ପଡିଥିଲେ ଏହି ତିନିଜଣ ଯୁବକ ବସଟି ଦୁର୍ଘଟଣାଘଟାଇ ଦୃତଗତିରେ ପଳାଇଥିଲା । ଏହି ତିନିଜଣ ଯୁବକ ରାସ୍ତାକଢରେ ପଡିଥିବାର ଦେଖି ନିକଟସ୍ଥ ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ସଙ୍ଗେ ମାଥିଲି ହସପିଟାଲକୁ ନେଇ ଚିକତ୍ସା କରିଥିଲେ । ଏହି ତିନିଜଣ ଯୁବକଙ୍କ ମୁହଁ ମୁଣ୍ଡ,ହାତରେ ଆଘାତ ଲାଗିଛି । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଶନିବାର ଦିନ ମାଥିଲି ହସପିଟାଲରୁ ମାଲକାନଗିରି ଜିଲ୍ଲାହସପିଲାକୁ ସ୍ଥନାନ୍ତରିତ କରାଯାଇଛି । ଏହି ଯୁବକମାନେ ମାଲକାନଗିରି ହସପିଚଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଦୁର୍ଘଟଣାରେ ଆହତ ହୋଇଥିବା କୃଷ୍ଣମାଡକାମି ମାଲକାନଗିରି କଲେଜରେ ଯୁକ୍ତଦୁଇ ଦ୍ୱିତୀୟବର୍ଷର ଛାତ୍ର, ସେ ୧୪ତାରିଖରେ ପରୀକ୍ଷାଦେଇ ଘରକୁ ଯାଇଥିଲେ । ପୁଣି୨୨ତାରିଖରେ ପରୀକ୍ଷା ରହିଛି ତାଙ୍କ ମୁହଁ ଆଖିରେ ଆଘାତ ଲାଗିଥିବାରୁ ସେ କିପରି ପରୀକ୍ଷାଦେବେ ସେ କଥାଭାବି ଚିନ୍ତିତ ହୋଇପଡିଛନ୍ତି ।ମୁକେଶ ମାଡକାମି ଯୁକ୍ତଦୁଇ ପ୍ରଥମବର୍ଷର ଛାତ୍ର ହୋଇଥିବାବେଳେ ଜଗବନ୍ଧୁ ପାଟି ଚଳିତବର୍ଷ ୧୦ମ ଶ୍ରେଣୀରେ ପରୀକ୍ଷା ଦେଇଛନ୍ତି । ଦୁର୍ଘଟଣା ଘଟାଇଥିବା ବସଟିର ନମ୍ବର ଜାଣିପାରିନଥିବାରୁ ଏ ସଂପର୍କରେ ଯୁବକ ମାନେ ଥାନାରେ ତେଲା ଦେଇନଥିବାର ଜଣାପଡିଛି ।

 

Leave a Reply

Your email address will not be published. Required fields are marked *