ଓଡ଼ିଶା

ସଟ୍ଟେବାଜୀରେ ଅରବାଜ ଖାନଙ୍କ ନାମ : ପଚରା ଉଚରା ପାଇଁ ପୋଲିସର ସମନ

ମୁମ୍ବାଇ ୧ ଜୁନ୍ (ଓଡ଼ିଆ ପୁଅ) : ଆଇପିଏଲ୍ ସଟ୍ଟେବାଜୀ କେସରେ ଫସିଛନ୍ତି ସଲମାନ ଖାନଙ୍କର ଭାଇ ଅରବାଜ ଖାନ। ପୁଲିସ ତରଫରୁ ତାଙ୍କୁ ସମନ ଜାରି କରାଯାଇଛି। ତାଙ୍କୁ ଶନିବାର ୨ ଜୁନ କୁ ପୁଲିସ ସାମନାରେ ପେଶ ହେବାକୁ ଆଦେଶ ଦିଆଯାଇଛି। ଅରବାଜ ଖାନଙ୍କର ନାମ ସେହି ଲୋକମାନଙ୍କର ନାମରେ ସାମିଲ କରାଯାଇଛି, ଯେଉଁମାନେ ଶୀର୍ଷ ସ୍ଥରରେ ସଟ୍ଟା ଖେଳୁଛନ୍ତି। କୁହାଯାଉଛିଯେ, କି ଅରବାଜ ଖାନ ସଟ୍ଟାରେ ହାରୀ ବଡ଼ ଧରଣର କ୍ଷତି କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅରବାଜ ଖାନ ସଟ୍ଟେବାଜୀରେ ହାରିଛନ୍ତି ୨.୮ କୋଟି ଟଙ୍କା ଏବଂ ଭରଣା କରି ପାରିନାହାଁନ୍ତି। ଠାଣେ ପୁଲିସ ଅନୁସାରେ ଏହି ଟଙ୍କା ତାଙ୍କୁ ବୁକି ସୋନୁ ଜାଲାନକୁ ଦେବାରଥିଲା। ଏହି ମାମଲାରେ ସାମିଲ ସୋନୁ ମଲାଦ ଉର୍ଫ ସୋନୁ ଜାଲାନ ମଧ୍ୟ ପୁଲିସ କଷ୍ଟୋଡିରେ ଅଛି। ମିଡ଼ିଆ ରିପୋର୍ଟ୍ସ ଅନୁସାରେ ଏହି ମାମଲାରେ ମଧ୍ୟ ଅନେକ ହାଇପ୍ରୋଫାଇଲ ଲୋକମାନଙ୍କୁ ସମନ ଜାରି କରାଯାଇପାରେ। ପୁଲିସ ତରଫରୁ ଏହି ମାମଲାରେ ଦାଉଦ ଇବ୍ରାହିମର ଲିଙ୍କ ହେବାର ଜାଞ୍ଚ ମଧ୍ୟ କରାଯାଉଅଛି। ସୋନୁ ମଲାଦର ନାମ ଏହା ପୂର୍ବରୁ ମଧ୍ୟ ୨୦୧୨ ର ଆଇପିଏଲ୍ ଫିକ୍ସିଙ୍ଗରେ ସାମନାକୁ ଆସିଥିଲା। ସେ ଏକ ସଫ୍ଟୱେୟାର ଡେଭଲପ କରିଥିଲା ଯାହା ଜରିଆରେ ସେ କରପୋରେଟ ଜଗତ ଏବଂ ବଲିଉଡ଼୍ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଲୋକମାନଙ୍କର ସଟ୍ଟେବାଜୀ ପାଇଁ ଟଙ୍କା ନେଉଥିଲା। ଏହି ମାମଲାରେ ଯେତେବେଳେ ଅରବାଜ ଖାନର ପିତା ସଲୀମ ଖାନଙ୍କ ସହିତ ମିଡ଼ିଆ ଦ୍ୱାରା କଥାବାର୍ତ୍ତା କରାଗଲା ତେବେ ସେ କହିଲେ ଅରବାଜ ଖାନ ଘରେ ନାହାଁନ୍ତି। ସଲୀମ ଖାନଙ୍କୁ ଏହି ମାମଲାରେ କୌଣସି ସୂଚନା ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top