ଜିଲ୍ଲା ପରିକ୍ରମା

ସଞ୍ଜିବ ହିରୋ ପକ୍ଷରୁ ଏକ୍ସଟ୍ରିମ୍ -୨୦୦ଆର୍ ବଜାର ପ୍ରବେଶ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ପୃଥିବୀର ସର୍ବାଧିକ ମୋଟର ସାଇକେଲ ଉତ୍ପାଦନକାରୀ ସଂସ୍ଥା ‘ହିରୋ ମୋଟୋକର୍ପ ଲିମିଟେଡ’ର ନୂତନ ବାଇକ ‘ଏକ୍ସଟ୍ରିମ୍ ୨୦୦ଆର୍’ର ବଜାର ପ୍ରବେଶ ହୋଇଛି । ଭଦ୍ରକ ହିରୋ ଶୋ ରୁମ୍ ସଞ୍ଜିବ ହିରୋ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ହିରୋ ମୋଟୋକର୍ପର ଟିଏସ୍ଏମ୍ ପଲ୍ଲବୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ବଜାର ପ୍ରବେଶ କରାଇଛନ୍ତି । ହିରୋ ମୋଟୋକର୍ପ ପକ୍ଷରୁ ଏହି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ମୋଟର ସାଇକେଲଟିର ଏକ୍ସ ଶୋ-ରୁମ ମୂଲ୍ୟ ୯୦,୯୦୦ଟଙ୍କା ରହିଛି । ଯୁବପିଢିଙ୍କ ପସନ୍ଦକୁ ଲକ୍ଷ୍ୟରଖି ଉନ୍ନତମାନର ଟେକ୍ନୋଲୋଜିରେ ଏହାର ନିର୍ମାଣ ହୋଇଛି । ଯାହାକୁ ଚଲାଇବା ପାଇଁ ଯୁବପିଢି ଅଧିକ ଆଗ୍ରହ ପ୍ରକାଶ କରିବେ । ଏହି ବାଇକ୍ ସୁରକ୍ଷା ଦୃଷ୍ଟିରୁ ବହୁ ମଜବୁତ । ଏହାର ଆଣ୍ଟି ବ୍ରେକ୍ ସିଷ୍ଟମ (ଏବିଏସ) ଯାହା ଚାଳକଙ୍କୁ ସୁରକ୍ଷା ଯୋଗାଇବା ସହିତ ଏହା ମୋଟରସାଇକେଲ କ୍ଷେତ୍ରରେ ସମ୍ପୂର୍ଣ୍ଣ ନୂଆ ଟେକ୍ନୋଲୋଜି । ଏକ୍ସଟ୍ରିମ୍-୨୦୦ଆର୍ରେ  ସୁରକ୍ଷିତ ଆଣ୍ଟି ଲକ୍ ବ୍ରେକ୍ ସିଷ୍ଟମ୍ (ଏବିଏସ୍ ) ସହିତ ୨୦୦ସିସି ଏୟାର କୁଲଡ୍ ଇଞ୍ଜିନ୍,  ବିଏସ୍-୪ ଯୋଗ୍ୟତା, ୧୮.୪ ପିଏସ୍ ପାୱାର ଆଉଟ୍ପୁଟ୍ ସହିତ ୮୦୦୦ ଆର୍ପିଏମ୍, ୧୭.୧ ଏନ୍ଏମ୍ ଟର୍କ ସହିତ ୬୫୦୦ ଆର୍ପିଏମ୍ ବୈଶିଷ୍ଟ୍ୟ ରହିଛି । ଏହା ମାତ୍ର ୪.୬ ସେକେଣ୍ଡ୍ରେ ୦ରୁ ୬୦ କିମି ଘଣ୍ଟା ପ୍ରତି ଗତି ହାସଲ କରିଥାଏ । ଏହି ଯାନଟି ଚାଳକଙ୍କୁ ଅନନ୍ୟ ପ୍ରିମିୟମ୍ ଅଭିଜ୍ଞତା ତଥା ଅଶେଷ ଆନନ୍ଦ ପ୍ରଦାନ କରିବାକୁ ସକ୍ଷମ ହେବ । ଏଥିରେ ଏଲଇଡି ପାଇଲଟ୍ ଲ୍ୟାମ୍ପ୍ ଓ ଏଲଇଡି ଟେଲ୍ ଲ୍ୟାମ୍ପ୍ ରହିଛି ।  ଲମ୍ବା ସିଟ୍, ଆକର୍ଷଣୀୟ ଇଣ୍ଡିକେଟର୍, ବୃହତ୍ ଇନ୍ଧନ ଟାଙ୍କି, ଅଟୋମେଟିକ୍ ହେଡ୍ଲ୍ୟାମ୍ପ୍ ଅନ୍(ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏଥିରେ ୨୭୬ ଏମ୍ଏମ୍ ସମ୍ମୁଖ ଡିସ୍କ୍୍, ୨୨୦ ପଛ ଡିସ୍କ୍, ୩୭ ଏମ୍ଏମ୍ ସମ୍ମୁଖ ୭-ଷ୍ଟେପ୍ ମନୋସକ୍ ସସ୍ପେନସନ୍, ଚଉଡା ଟାୟାର ରହିଥିବାରୁ ଏହା ଚାଳକମାନଙ୍କ ପାଇଁ ଆରାମ ଦାୟକ ହେବ ବୋଲି ଟିଏସ୍ଏମ୍ ପଟ୍ଟନାୟକ କହିଥିଲେ । ଉତ୍ସବରେ ସଞ୍ଜିବ ହିରୋର ମ୍ୟାନେଜିଂ ଡାଇରେକ୍ଟର ସଞ୍ଜିବ ମଲ୍ଲିକ ଯୋଗ ଦେଇ ମୋଟର ସାଇକେଲ ନିର୍ମାଣରେ ହିରୋ ସମଗ୍ର ପୃଥିବୀରେ ଏହାର ଗୁଣବତ୍ତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଥିଲେ । ନୂଆ ଲଞ୍ଚ ହୋଇଥିବା ଏକ୍ସଟ୍ରିମ୍ ୨୦୦ଆର୍ ପ୍ୟାନ୍ଥର୍-ବ୍ଲାକ୍ କୁଲ୍ ସିଲଭର୍, ପ୍ୟାନ୍ଥର ବ୍ଲାକ୍ ରେଡ୍, ସ୍ପୋର୍ଟର୍ସ ରେଡ୍, ଚାରକୋଲ୍ ଗ୍ରେ, ଅରେଞ୍ଜ୍ ଏବଂ ଟୋକ୍ନୋ ବ୍ଲୁ  ଆଦି ୫ଟି ରଙ୍ଗରେ ଉପଲବ୍ଧ ହେବ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଶେଷରେ ଆସୋସିଏଟ ଡାଇରେକ୍ଟର ପ୍ରୀତିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top