ଜିଲ୍ଲା ପରିକ୍ରମା

ସଚେତନ ନାଗରିକ ମଞ୍ଚ ପକ୍ଷରୁ ; କବାଟବନ୍ଧକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଘୋଷଣା କରିବାକୁ ଦାବି

ଯାଜପୁର-୨୯/୮(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଘୋଷଣା କରିବାକୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି ହୋଇଛି। ଆବାହକ ସରୋଜକାନ୍ତ ବେହେରାଙ୍କ ନେତୃତ୍ୱରେ ବହୁ ସ୍ଥାନୀୟ ଯୁବକ ଏକତ୍ରୀତ ହୋଇ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟିବାକୁ ସ୍ଥିର ହୋଇଛି। ମଞ୍ଚ ପକ୍ଷରୁ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଫେଇ କାର୍ଯ୍ୟ କରାଯାଇ ରୋଗୀମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି। ସୂଚନା ଯୋଗ୍ୟ ଯେ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପାନ୍ତ ଅଞ୍ଚଳରେ ହୋଇଥିବାରୁ ଏହା ଉପରେ ୧୫ ରୁ ଅଧିକ ପଞ୍ଚାୟତର ଅଧିବାସୀମାନେ ନିର୍ଭରଶୀଳ।ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ୫୩ନଂ ଜାତୀୟ ରାଜପଥ ଠାରୁ ଅଧମାଇଲ ଦୂରରେ ଅବସ୍ଥିତ ହୋଇଥିବାରୁ ଏଠାରେ ଦୈନିକ ଦୁର୍ଘଟଣା ଜନୀତ ରୋଗୀ ସଂଖ୍ୟା ବୃଦ୍ଧି ପାଇଥାଏ। ସେହିପରି ପାହାଡ ଓ ଖାଦନରେ କାମକରୁଥିବା ଶ୍ରମିକ ଶ୍ରେଣୀର ଲୋକମାନେ ବହୁ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଏଠାକୁ ଚିକିତ୍ସା ନିମନ୍ତେ ଆସିଥାନ୍ତି। ଜଣେ ଡାକ୍ତର, ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଦୁଇଜଣ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଚିକିତ୍ସା କରିବା ସମ୍ଭବ ପର ହେଉନାହିିଁ। ସେଥିପାଇଁ ଗୁରୁତ୍ତର ରୋଗୀମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଅଯାଇଥାଏ। ମାତ୍ର କବାଟବନ୍ଧରୁ ଧର୍ମଶାଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର୨୪ କି.ମି ହୋଇଥିବାରୁ ବାଟରେ ଯିବାସମୟରେ ରୋଗୀମାନେ ମୃତ୍ୟୁ ମୁଖର ପଡିଥାନ୍ତି। ଏହିଭଳି ଅନେକ ସମସ୍ୟା ଲାଗିରହିଥିବାରୁ ରୋଗୀମାନେ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନକୁ ବିଚାର କରି କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘୋଷଣା କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଦାବି କରିଛନ୍ତି। ପ୍ରକାଶ ଥାଉକି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଧର୍ମଶାଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୦ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ସେଗୁଡିକ ହେଲା କବାଟବନ୍ଧ, ଜେନାପୁର, ବାଲିସାହି, ରାମଚନ୍ଦ୍ରପୁର, ଆରୁହା, ହରିଦାସପୁର, ଗଙ୍ଗାଧରପୁର, ଗଡମଧୁପୁର, କୋତପୁର ଓ ଅରାବଳ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ମଧ୍ୟରୁ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବହୁ ପଞ୍ଚାୟତର ଲୋକମାନେ ନିର୍ଭରଶୀଳ ହୋଇ ଏଠାକୁ ଆସିଥାନ୍ତି। ମାତ୍ର ଏଠାରେ ସେଭଳି ସୁବିଧା ନଥିବାରୁ ରୋଗୀମାନେ ଯାଜପୁର ରୋଡ, ଯାଜପୁର ଟାଉନ, ଧର୍ମଶାଳା ଓ କଟକ ଚିକିତ୍ସାନିମନ୍ତେ ଯାଇଥାନ୍ତି। ଯଦି କବାଟବନ୍ଧକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ କରାଯାନ୍ତା ତେବେ ରୋଗୀମାନେ ଅନ୍ୟତ୍ର ନଯାଇ ଏହିଠାରେ ଚିକିତ୍ସିତ ହୋଇପାରନ୍ତେ। ସେମାନେ ଅଜଥା ଖର୍ଚ୍ଚରୁ ବଞ୍ଚିତ ହୋଇପାରନ୍ତେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ଭର କରୁଥିବା ପଞ୍ଚାୟତ ଗୁଡିକ ହେଲା କବାଟବନ୍ଧ, ମର୍ଜିତାପୁର, ସାହାଣୀଢିହ, ପୁରୁଣାବଉଳମାଳ, ସମ୍ପାରୁ, ମହିଶରା, ଚକ୍ରଧରପୁର, ଅଞ୍ଜିରା, ମଧୂସୁଦନପୁର, ତାଳଜଙ୍ଗ, ରେଖିଦେଇପୁର, ଏଣ୍ଡଳବା, କମାଗଡ, ଅଣ୍ଟିଆ ଓ ରାଇଛନ୍ଦା। ସେହିପରି ସୁକିନ୍ଦା ଅଞ୍ଚଳରୁ କିଛି ପଞ୍ଚାୟତର କିଛି ରୋଗୀ ଏଠାକୁ ଆସିଥିବା ବେଳେ ପଡୋଶୀ ଢେଙ୍କାନାଳ ଜିଲ୍ଲାର କିଛିପଞ୍ଚାୟତର ରୋଗୀମାନେ ଚିକିତ୍ସା ପାଇଁ ଆସିଥାନ୍ତି। ଲକ୍ଷରୁ ଉର୍ଦ୍ଧଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବାରୁ ଏହାକୁ ତୁରନ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଘୋଷଣା କରିବାକୁ ମଞ୍ଚର ଅବାହକ ସମେତ ଆନନ୍ଦ ଚନ୍ଦ୍ର ପ୍ରଧାନ, ଅଭିମନ୍ୟୁ ନାୟକ, ପ୍ରତାପ ଶତପଥୀ, ସୁବ୍ରତ ସାହୁ, ନିର୍ମାଲ୍ୟ ପ୍ରଧାନ, ମନୋଜ କୁମାର ଧିର୍, ତ୍ରିଲୋଚନ ନାୟକ, ସୌମ୍ୟରଞ୍ଜନ ସାହୁ, ସମର ପଣ୍ଡା, ନିତ୍ୟାନନ୍ଦ ପୃଷ୍ଟି, ଚନ୍ଦନ କୁମାର କାୟସ୍ତ, ଗୌତମ ସାହୁ, କ୍ଷୀରୋଦ ମହାନ୍ତି, ଲଲିତ୍ ମୋହନ ଜଟ, ଜଗବନ୍ଧୁ ପାତ୍ର, କୃଷ୍ଣଚନ୍ଦ୍ର ପୃଷ୍ଟି, ଶ୍ରୀକାନ୍ତ ଖିଲାର, ଚିନମୟ କୁମାର ନାୟକ, ଗଗନ ବିହାରୀ ମହାନ୍ତି। ସୁଦାମ ଧିର୍ ଓ ଉତ୍ତମ ମହାନ୍ତି ପ୍ରମୁଖ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top