ସଚେତନତା ସୃଷ୍ଟି ପାଇଁ ସାଇକଲ ଯାତ୍ରା କରୁଥିବା ଡ଼.ରାମଚନ୍ଦ୍ରନ୍ ଚଭନ୍ ଙ୍କୁ ବରଗଡ଼ ଠାରେ ଭବ୍ୟ ସମ୍ବର୍ଦ୍ଧନା

ବରଗଡ଼ ତା.୨୧.୦୧(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ଆଜି ମହାରାଷ୍ଟ୍ର ରୁ ସ୍ୱଚ୍ଛ ଭାରତ ଓ ସୁନ୍ଦର ଭାରତ ଗଠନର ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାଇକଲରେ କୋଣାର୍କ ପର୍ଯ୍ୟନ୍ତ ଯାତ୍ରା କରୁଥିବା ଡ଼.ରାମଚନ୍ଦ୍ରନ୍ ଚଭନ୍ ବରଗଡ଼ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଥିଲା। ଆଜି ଅପରାହ୍ନ ପ୍ରାୟ ୧ଟାରେ ବରଗଡ଼ ଗାନ୍ଧୀ-ଗଙ୍ଗାଧର ଛକଠାରେ ପହଞ୍ଚିବା ପରେ ତାଙ୍କୁ ବରଗଡ଼ ଠାରେ ଆନ୍ତର୍ଜାତୀୟ ପର୍ବତାରେହୀ ଯୋଗବ୍ୟାସ ଭୋଇ ଓ ତାଙ୍କ ସାଥି, ସାମ୍ବାଦିକ ରମଣୀ ରଞ୍ଜନ ବେହେରା, ବିକି ମଟାରୀ ଓ ସଚ୍ଚିଦାନନ୍ଦ ପାତ୍ର ତଥା ଏନ୍.ସି.ସି. କେଡ଼େଟ୍ ଓ ସାମାଜିକ କର୍ମି ମିଳିତ ଭାବରେ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଥିଲା। ଏଠାରୁ ସେ ଆତିଥ୍ୟ ସ୍ୱିକାର କରି ମଧ୍ୟାନ୍ନ ଭୋଜନ ସାରି ସମ୍ବଲପୁର ଅଭିମୂଖେ ଯାତା କରିଥିଲେ।

Leave a Reply

Your email address will not be published. Required fields are marked *