ଓଡ଼ିଶା

ସଚିବାଳୟ ସମ୍ମୁଖରେ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ବର, ୬/୯– (ଓଡ଼ିଆ ପୁଅ) ରାଜ୍ୟର ହଜାର ହଜାର ତାଲିମପ୍ରାପ୍ତ ମହିଳା ସ୍ଵାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ଦାବିରେ ଏଆଇଟିୟୁସି ସହ ଅନୁବନ୍ଧିତ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ଵାସ୍ଥ୍ୟକର୍ମୀ ସଂଘ (ଏଆଇଟିୟୁସି) ପକ୍ଷରୁ ସଚିବାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ସ୍ଵାସ୍ଥ୍ୟ କର୍ମୀମାନେ ଭୁବନେଶ୍ୱର ରେଳଷ୍ଟେସନଠାରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ପିଏମ୍‌ଜି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ସଙ୍ଗଠନର ରାଜ୍ୟ ସଭାନେତ୍ରୀ ସୁମତିରାଣୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ଡଃ ସୌରୀବଂଧୁ କର, ସିପିଆଇ ରାଜ୍ୟ ସହସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର, ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ୟୁନିୟନ ନେତା ପ୍ରବୀଣ ଦାଶ, ସୁର ଜେନା, କର୍ମକର୍ତ୍ତା ସବିତାରାଣୀ ଦାଶ, କେ. ସୁନିତା ପାତ୍ର, ପୁନମ୍ ନାୟକ, ମାନସୀ ମହାପାତ୍ର, ବିଶ୍ମିତା ସାହୁ, ରାଜ୍ୟ ସଭା ନେତ୍ରୀ ସୁମତିରାଣୀ ସାହୁ ପ୍ରମୁଖ ବକ୍ତବ୍ୟ ଦେଇ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ତାଲିମ ନେଇଥିବା ମହିଳା ସ୍ଵାସ୍ଥ୍ୟକର୍ମୀମାନଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ଦାବି ଜଣାଇଥିଲେ। ସଭାପରେ ସୌରୀବଂଧୁ କରଙ୍କ ନେତୃତ୍ବରେ ଏକ ୭ଜଣିଆ ପ୍ରତିନି ଦଳ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇ ଆଲୋଚନା କରିଥିଲେ।

OLYMPUS DIGITAL CAMERA

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top