ସକାଲୁଆ ତାଲିମ ପ୍ରଦାନ ପାଇଁ ଦାବିପତ୍ର

ଖଡିଆଳ/ନୂଆପଡା-୧୯.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ଶିକ୍ଷାକୁ ସୁଦୃଢ କରିବା ପାଇଁ ସରକାର ବିଭିନ୍ନ ସମୟରେ ନୁଆ ଯୋଜନା ମାନ ପ୍ରଣୟନ କରିଆସୁଛନ୍ତି। ଚଳିତ ନୁତନ ଶିକ୍ଷା ବର୍ଷ ୨୦୧୮-୧୯ ରେ ଦୁର୍ବଳ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ସ୍ରୋତରେ େଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ସାମୟୀକ ପାଠ୍ୟ ଖସଡା ପ୍ରସ୍ତୁତ କରିଛନ୍ତି ଓ ଏହି ଯୋଜନା ମୁତାବକ ରାଜ୍ୟର ସମସ୍ତ ଶିକ୍ଷକ ଙ୍କୁ ୧୯ .୪.୧୮ ତାରିଖ ଠାରୁ ୯.୫.୧୮ ତାରିଖ ମଧ୍ୟରେ ତାଲିମ ଦେବା ପାଇଁ ଗଣ ଶିକ୍ଷା ବିଭାଗ ତରଫରୁ ପତ୍ର ସଂଖ୍ୟା ୮୨୯୩ ତା ୧୭.୪.୧୮ ମାଧ୍ୟମରେ କଡାକଡି ନିର୍ଦ୍ଦେଶ ଦିଆଯାଇଛି। ହେଲେ ଦୁଃଖର ବିଷୟ ସକାଳୁଆ ପରିବର୍ତ୍ତେ ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଉଛି। ବର୍ତ୍ତମାନ ନୁଆପଡା ଜିଲା ଖଡିଆଳ ବ୍ଲକ ଅଞ୍ଚଳରେ ତାପମାନ ୪୨ ଡିଗ୍ରୀ ରୁ ଅଧିକ ଥିବା ବେଲେ ୧୦ ଟାରୁ ୫ ଘଣ୍ଟା କିପରି ଭାବରେ ତାଲିମ ଗ୍ରହଣ କରିବୁ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ସମୁହ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଙ୍କ ରିଳିଫ କମିଶନର ପ୍ରତୈାକ ସରକାରୀ କାର୍ଯ୍ୟାଳୟ ସକାଳୁଆ ଅଫିସ କରିବା ପାଇଁ ଗତ ୧୧ ଏପ୍ରିଲ ଠାରୁ କଡାକୁଡି ନିର୍ଦ୍ଦେଶ ଦେଇଥିବା ବେଲେ ସେହି ସରକାର ଙ୍କ ଗଣଶିକ୍ଷା ବିଭାଗ କାହିଁକି ୧୦ ଘଣ୍ଟାରୁ ୫ ଘଣ୍ଟା ତାଲିମ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ନୁଆପଡା ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୁର୍ଣ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ପଣ୍ଡା, ଅଲେଖ ସାହୁ, ମିତ୍ରବାଦୀ ମଲ୍ଲିକ, ନରେଶ ଦାଶ, ଗଣେଶ ଦୁବେ, ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଖଡିଆଳ ଏବିଇଓ ଙ୍କ ଜରିଆରେ ଗଣଶିକ୍ଷା ବିଭାଗ କୁ ଏକ ମାନପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବା ପାଇଁ ଶିକ୍ଷକ ସଂଘ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *