ସଇଁତଲା ଥାନାରେ ଅଭିଯୁକ୍ତଙ୍କୁ ଗିରଫ ଦାବି- ବାବା ସାହେବ ଆମ୍ବେଦକରଙ୍କୁ ଗାଳି ଗୁଲଜ ମାମାଲା – ସମ୍ବିଧାନ ପୋଡି ନେଇ ଥାନାରେ ଏତଲା

ବଲାଙ୍ଗୀର ୧୭-୮ (ଓଡ଼ିଆ ପୁଅ) ଗତ ଅଗଷ୍ଟ ୯ ତାରିଖ ଦିନ ଦିଲ୍ଲୀ ଜନ୍ତରମନ୍ତର ଠାରେ କିଛି ଆନ୍ଦୋଳନକାରୀ ବାବାସାହେବ ଆମ୍ବେଦକରଙ୍କୁ ଗାଳିଗୁଲଜ କରିବା ସହ ଭାରତୀୟ ସମ୍ବିଧାନକୁ ପୋଡି ଦେଇଥିବା ଅଭିଯୋଗ ନେଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସଇଁତଳା ଥାନାରେ ଆଦିବାସୀ ଦଳିତ ଅଧିକାର ସୁରୁକ୍ଷା ସଂଘ, ଆମ୍ବେଦକର ସେବା ସଂଘ, ମା’ ସାବିତ୍ରୀ ବାଇ ଫୁଲେ ସଂଘ ଫପସି ପକ୍ଷରୁ ଥାନାରେ ଏତଲା ଦିଆଯାଇଛିା ସମ୍ବିଧାନକୁ ପୋଡିଥିବା ଦୋଷୀଙ୍କୁ ଦେଶଦ୍ରୋହୀ ଆକ୍ଷା ଦିଆଯାଉ ଏବଂ ଆଇନର ବିଭିନ୍ନ ଦଫାରେ ଗିରଫ କରାଯାଉ ବୋଲି ଦାବି ହୋଇଛି। ଥାନା ଅଧିକାରୀ ଶ୍ରୀଯୁକ୍ତ ଅବନୀ କୁମାର ସାହୁଙ୍କୁ ଏତଲା ଦିଆ ଯାଇଥିବା ଜଣାପଡିଛିା ଥାନା ଅଧିକାରୀ ଏହାକୁ ଗ୍ରହଣ କରି ଜିଲ୍ଲା କତୃପକ୍ଷଙ୍କୁ ଜଣାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଜିଲ୍ଲା ଚାଷୀ ମୁଲିଆ ନେତା ତଥା ଆଦବାସୀ ଦଳିତ ଅଧିକାର ସୁରକ୍ଷା ସଂଘର ସଭାପତି ପ୍ରେମାନନ୍ଦ ଭୋଇ, ସମ୍ପାଦକ ପ୍ରୀତି ସାଗର ମହାନନ୍ଦ, ମୁଖ୍ୟ ସଂଗଠକ ଶ୍ରୀଯୁକ୍ତ ବିନୋଦ ନାଗ, କୋଷାଧ୍ୟକ ରୋହିତ ଯାନୀ, ଆମ୍ବେଦକର ସେବା ସଂଘର ମନୀଷ ସୁନା, ସାମୁଏଲ ନନ୍ଦ, ମା’ ସାବିତ୍ରୀ ବାଇ ଫୁଲେ ସଂଘର ମାଳତୀ ନନ୍ଦ ପ୍ରମୁଖ ଉଇସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *