ଜିଲ୍ଲା ପରିକ୍ରମା

ସଂସ୍କୃତ ଭାରତର ଆତ୍ମା

ପୁରୀ:୨୨/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସଂସ୍କୃତ ସବୁ ଆଞ୍ଚଳିକ ଭାଷାର ଜନନୀ। ଭାରତର ଆତ୍ମା। ସମାଜରେ ବୌଦ୍ଧିକ ଚେତନାର ବିକାଶ ପାଇଁ ସଂସ୍କୃତ ଶିକ୍ଷାର ପ୍ରସାର ଜରୁରୀ ବୋଲି ସାମନ୍ତ ଚନ୍ଦ୍ରଶେଖଫର ସ୍ୱୟଂଶାସିତ ମହାବିଦ୍ୟାଳୟ ସଂସ୍କୃତ ବିଭାଗ ମୁଖ୍ୟ ଡଃ ସାରଦା ସାମନ୍ତରାୟ ପ୍ରକାଶ କରିଛନ୍ତି। କଲେଜ ପକ୍ଷରୁ ମଙ୍ଗଳବାର ସଂସ୍କୃତ ଦିବସ ଉପଲକ୍ଷେ ଆଲୋଚନା ଚକ୍ରକୁ ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀଧର ମିଶ୍ର ତାହାକୁ ଉଦ୍ଘାଟନ କରିଛନ୍ତି। ସେ କହିଲେ ଶହ ଶହ ବର୍ଷ ଧରି ସଂସ୍କୃତ ଭାଷା ବୈଦିକ ପରମ୍ପରା ଏବଂ ଶାସ୍ତ୍ରୀୟ ବ୍ୟବସ୍ଥାକୁ ବଞ୍ଚାଇ ରଖିଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳସଚିବ ଡଃ ସଚ୍ଚିଦାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସଂସ୍କୃତ ଶିକ୍ଷାର ପ୍ରସାର ହେଲେ ସମାଜରେ ମାନବିକ ମୂଲ୍ୟବୋଧ ପ୍ରତିଷ୍ଠା ହୋଇପାରିବ। ଶିକ୍ଷା ବିଭାଗ ମୁଖ୍ୟ ଡଃ ଶଙ୍କର୍ଷଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ମତାମତ ରଖିଥିଲେ। ଏହି ଅବସରରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ କରାଯାଇଥିଲା। ଅଧ୍ୟାପିକା ଡଃ ଇନ୍ଦିରା ପଣ୍ଡା, ଡଃ ସ୍ୱପ୍ନସ୍ମିତା ସାହୁ ସଂସ୍କୃତ ଭାଷାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରୀ ଲୋପାମୁଦ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top