ଜିଲ୍ଲା ପରିକ୍ରମା

ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆଇନ ସଚେତନ ଶିବିର

ପୁରୀ:୨୫/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସ୍ଥାୟୀ ଲୋକ ଅଦାଲତ ପକ୍ଷରୁ ଶୁକ୍ରବାର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାପାତ୍ର ତାହାକୁ ଉଦ୍ଘାଟନ କରିଥିଲେ। ସେ କହିଲେ ଲୋକ ଅଦାଲତରେ ଓକିଲ ଏବଂ କୋର୍ଟ ଫି ବିନା ଲୋକେ ଅଭିଯୋଗ କରିପାରିବେ। ବିଦ୍ୟୁତ ଓ ପାଣି ସଂଯୋଗ, ଘର ଓ ଜମି କ୍ରୟ, ଖାଉଟି କାର୍ଡ ଆଦି ପ୍ରସଙ୍ଗରେ ଲୋକଖଙ୍କ ଅଭିଯୋଗର ବିଚାର କରି ଲେଣାକ ଅଦାଲତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବେ। ସଚେତନତା ଅଭାବରୁ ଅଧିକାଂଶ ଲୋକ ଏପରି ଆଇନ ସହାୟତାର ସୁଯୋଗ ନେଇପାରୁ ନାହାନ୍ତି। ଛାତ୍ରଛାତ୍ରୀମାନେ ଏସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ୱ ବିଦ୍ୟାଳୟ କୂଳପତି ପ୍ରଫେସର ରାଧାମାଧବ ଦାଶ କହିଲେ ଆଇନ ସହାୟତା ସମାଜର ସବୁ ଗରିବ ଏବଂ ଅସହାୟ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ୍। ଲୋକ ଉପଯୋଗୀ ସେବା ଏବଂ ଅପୋଷ ସମାଧାନ ଯୋଗ୍ୟ ବିବାଦ ଗୁଡିକର ସମାଧାନ ପାଇଁ ସ୍ଥାୟୀ ଲୋକ ଅଦାଲତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ବିଦ୍ୟାଳୟ କୂଳସଚିବ ଡଃ ସଚ୍ଚିଦାନନ୍ଦ ମହାପାତ୍ର, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହରିହର ହୋତା, ଅବସରପ୍ରାପ୍ତ ପ୍ରଫେସର ବ୍ରଜ କିଶୋର ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ଥାୟୀ ଲୋକ ଅଦାଲତ ଏବଂ ଆଇନ ସହାୟତା ସର୍ମ୍ପକରେ ସେମାନେ ଆଲୋକପାତ କରିଥିଲେ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top