ଜିଲ୍ଲା ପରିକ୍ରମା

ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ

ପୁରୀ:୦୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୩୮ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପ୍ରାର୍ଥନା ଗୃହରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ରାଧାମାଧବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟର କୂଳସଚିବ ଡ. ସଚ୍ଚିଦାନନ୍ଦ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ନୀଳକଣ୍ଠ ପତି, ପ୍ରଫେସର ହରେକୃଷ୍ଣ ଶତପଥୀ, ପ୍ରଫେସର କେଶବ ଚନ୍ଦ୍ର ଦାଶ, ପ୍ରଫେସର ଜୟକୃଷ୍ଣ ମିଶ୍ର, ଡ. ସୁରେନ୍ଦ୍ର କୁମାର ମିଶ୍ର, ପିତାମ୍ବର ସାହୁ, ଦେବୀପ୍ରସାଦ ମିଶ୍ର ଓ ନୀଳାଦ୍ରୀ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ନାତକୋତ୍ତର ବିଭାଗର ୧୬ଜଣ ବିଦ୍ୟାର୍ଥୀଙ୍କୁ ପୁରୀସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ପ୍ରଦତ୍ତ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏଥିସହ ବଂଶୀଧର- ବସନ୍ତମଞ୍ଜରୀ ସ୍ମୃତି ପୁରସ୍କାର ଗତ ବର୍ଷର ଶ୍ରେଷ୍ଠ ସ୍ନାତକଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ସଂସ୍କୃତ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବାର୍ତ୍ତାପତ୍ର ‘ଶ୍ରୀବିହାର ଭାରତୀ’ ଓ ପୁସ୍ତକ ‘ଉତ୍କଳୀୟ ବରପୁତ୍ର’, ସାହିତ୍ୟ ବିଭାଗର ବାର୍ଷିକ ଶୋଧପତ୍ରିକା ‘ଅଭିବ୍ୟକ୍ତି’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବନ ବିଭାଗ ପକ୍ଷରୁ ଶତାଧିକ ବୃକ୍ଷରୋପଣ କରାଯାଇଥିଲା। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହରିହର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର, ପ୍ରଫେସର ଗୋବିନ୍ଦ ଚନ୍ଦ୍ର କର, ପ୍ରଫେସର କମଳେଶ ମିଶ୍ର, ପ୍ରଫେସର ପ୍ରଳୟ କୁମାର ନନ୍ଦ, ପ୍ରଫେସର ତାତାଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top