ଗଜପତି

ସଂସ୍କୃତ ଓ ହିନ୍ଦି ଶିକ୍ଷକମାନଙ୍କ ସଚେତନ ଶିବିର

ପାରଳାଖେମୁଣ୍ଡି, ୧୭ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ସଭାଗୃହ ଠାରେ ସଂସ୍କୃତ ଓ ହିନ୍ଦି ଶିକ୍ଷକମାନଙ୍କ ଏକ ଜିଲା ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂ ଅଧ୍ୟକ୍ଷତା କରି ଏହିପରି ସଚେତନତା ଶିବିରର ଆବଶ୍ୟକ ଉପରେ କହିଥିଲେ। ଜିଲା ବିଜ୍ଞାନ ନିରିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସଂସ୍କୃତ ଓ ହିନ୍ଦି ଶିକ୍ଷକମାନଙ୍କୁ ଛାତ୍ର/ଛାତ୍ରୀମାନଙ୍କ ପାଇଁ ରହିଥିବା ବିଭିନ୍ନ ବୃତି, ବୀମା, ସାଇକେଲ ଯୋଜନା ବିଷୟରେ ସଚେତନତା କରି ପ୍ରଧାନ ଶିକ୍ଷକମାନଙ୍କୁ ସହଯୋଗ କରିବାକୁ କୁହାଯାଇଥିଲା। ସେହିପରି ଜିଲା ଶିକ୍ଷା ଅଧିକାରୀ ଛାତ୍ରମାନଙ୍କ ବିଭିନ୍ନ ସମସ୍ୟାକୁ କିଭଳି ଭାବେ ଶିଘ୍ର ସମାଧାନ କରାଯାଇପାରିବ ସେବିଷୟରେ ଆଲୋଚନା କରିଥିଲେ। ସେହିପରି ଗୁମ୍ମା ଗୋଷ୍ଠି ଶିକ୍ଷା ଅଧିକାରୀ ସତ୍ୟନାରାୟଣ ପ୍ରସାଦ ନାୟକଙ୍କ ରଚିତ ଶିଶୁ କବିତା “କଣ୍ଡେଇ ନାନିର ବାହାଘର” ଏହି ଅବସରରେ ଉନ୍ମୋଚନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟର ୧୨୦ଜଣ ସଂସ୍କୃତ ଓ ହିନ୍ଦି ଶିକ୍ଷକ ଏହି ଶିବିରରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ମାଝୀ, ପ୍ରଶାନ୍ତ ପ୍ରଧାନ, କୁମୁଦ ରଞ୍ଜନ ଦାସ, ହରିହର ଦାସ, ସିଏଚ ଭେଙ୍କଟେସୁଲୁ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top