ଜିଲ୍ଲା ପରିକ୍ରମା

ସଂସ୍କୃତି ସୁରକ୍ଷା ମଂଚ ପକ୍ଷରୁ ଭବମୁକ୍ତି ସେବାଶ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପାଳପୁରସ୍ଥିତ ଭବମୁକ୍ତି ସେବାଶ୍ରମରେ ଓଡ଼ିଶା ରାଜ୍ୟ ସଂସ୍କୃତି ସୁରକ୍ଷା ମଂଚ ପକ୍ଷରୁ ରଜପରୀ, ଦିବ୍ୟାଙ୍ଗ ଓ କଣ୍ଠଶିଳ୍ପୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଶ୍ରମର ୫୨୯ତମ ଜନ୍ମୋସ୍ôବ ଅବସରରେ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ମଂଚ ପକ୍ଷରୁ ଇତି ଅବସରରେ ସଂଧ୍ୟାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ସମାଜସେବୀ ତଥା ଆଇନଜିବୀ ବସନ୍ତ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନାରୀନେତ୍ରୀ ସୁଜାତା ଜେନା, ସ୍ୱତନ୍ତ୍ର ଅତିଥି ଭାବେ ସଂସ୍କୃତି ମଂଚର ସମ୍ପାଦକ ଇଂ ଚୌଧୁରୀ ଚମ୍ପତି ଚରଣ ବେହେରା ଓ ମୁଖ୍ୟବକ୍ତା ଭାବେ ଜ୍ଞାନ ପ୍ରକାଶ ପାଣି ଯୋଗଦେଇଥିଲେ। ଶ୍ରୀ ପାଣି ଓଡ଼ିଆ ସଂସ୍କୃତିର ସୁରକ୍ଷା ନେଇ ସମସ୍ତେ ଯନ୍ôବାନ ହେଲେ ଅପସଂସ୍କୃତି ଦୁର ହୋଇପାରିବ ନାହ÷ିଁ ବୋଲି ଆଲେଶକପାତ କରିଥିଲେ। ସେହିିପରି ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସେନାଧିକାରୀ ଯତୀନ୍ଦ୍ର କୁମାର ଶତପଥି, ଆଶ୍ରମର ପ୍ରଧାନ ନ୍ୟାସିକ ରବି ନାରାୟଣ ଦାସ, ଆଶ୍ରମର ମୁଖ୍ୟ ପରିଚାଳକ ରାମଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଅଭିଭାଷଣ ରଖିଥିଲେ। ସଭା ପ୍ରାରମ୍ଭରେ ବାଲୁକାଶିଳ୍ପୀ ପଦ୍ମନାଭ ସେଠୀଙ୍କ ଦ୍ୱାରା ବାଲିରେ ନିର୍ମିତ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୁର୍ତ୍ତିକୁ ମୁଖ୍ୟ ଅତିଥି ଫିତା କାଟି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ମଧ୍ୟରେ ରଜପରୀ ସୋନମ ଜୋହଲୀ ଖିଲାର, ଲକ୍ଷ୍ମିପ୍ରିୟା ମିଶ୍ର, ଅଭିଲିପ୍ସା ପ୍ରଧାନଙ୍କ ନୃତ୍ୟ ପରିବେଷଣ ଓ ରଙ୍କନିଧି ଅନ୍ଧମୁକ ବଧିର ପିଲାଙ୍କର ନୃତ୍ୟ ଏବଂ ଶେଷରେ ଶୁଭଙ୍କର ଖିଲାରଙ୍କ ସ୍କେଟିଂ ଡ଼୍ୟାନ୍ସ ଓ ଓମଚାନ୍ଦ ବିଶ୍ୱାଳଙ୍କ ସଂଗୀତ ପରିବେଷଣ ସମଗ୍ର ମାହୋଲକୁ ମନମୁଗ୍ଧକର କରି ଗଢି ତୋଳିଥିଲା। ଅତିଥିମାନେ କୃତୀ ପ୍ରତିଯୋଗୀ କଳାକାରଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସେବାଶ୍ରମର ସମ୍ପାଦକ ଚିନ୍ତାମଣୀ ଦାସ ଓ କର୍ମକର୍ତ୍ତା ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top