ସଂସ୍କୃତି ଭବନ ଲୋକାର୍ପିତ

ପୁରୀ, ୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ଶେଷରେ ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷିତ ସଂସ୍କୃତି ଭବନ। ଦୀର୍ଘ ୨ ବର୍ଷଧରି ଏହି ଭଜନର ନିର୍ମାଣ ସରିଥିଲେ ମଧ୍ୟ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରବାସୀଙ୍କୁ ନୂଆ ଉପହାର ସ୍ୱରୂପ ସଂସ୍କୃତି ଭବନକୁ ଲୋକାର୍ପିତ କରୁଛନ୍ତି। ସୋମବାର ମଧ୍ୟାହ୍ନ ୧୨.୩୦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଳକ ଅନାବରଣ କରି ଏହି ନୂତନ ସଂସ୍କୃତି ଭବନକୁ ସହରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କାରିଥିଲେ। ଉଦ୍ଘାଟନ ସମୟରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ନଗରପାଳ ଜୟନ୍ତ କୁମାୀର ଷଢଙ୍ଗୀ ପ୍ରମୁଖ .ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ଅଧିକାରୀ ଚୈାଧୁରୀ ଅରବିନ୍ଦ ଦାସ, ପର୍ଯ୍ୟଟକ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, ଏଡିପିଆରଓ ଜିତେନ୍ଦ୍ରୀୟ ଜେନା, ପୈାର ସଦସ୍ୟ ପ୍ରିତମ ଜଗଦେବ, ବଳରାମ ରେଡୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ୨ କୋଟି ୭୦ ଲ୪ ଟଙ୍କା ବ୍ୟୟରେ ନିର୍ମିତ ସଂସ୍କୃତି ଭବନରେ ୧୬୦ଜଣ ଦର୍ଶକ ବସି କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *