ଜିଲ୍ଲା ପରିକ୍ରମା

ସଂସ୍କାର କମିଟି, ସାଂସଦ ଓ ଜିଲ୍ଳାଜଜ୍ ଙ୍କ ସହ ଆମିକେଶ୍ କ୍ୟୁରୀଙ୍କ ଆଲୋଚନା

ପୁରୀ ୨୨.୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆମାକେଶ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଶୁକ୍ରବାର ଅପରାହ୍ନରେ ୩ ସଂସ୍କାର କମିଟି ଜିଲ୍ଲାଜଜ୍ ଓ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ସର୍କିଟ୍ ହାଉସ୍ରେ ଅନୁସ୍ଥିତ ଏହି ବୈଠକରେ ସଂସ୍କାର କମିଟି ମୁଖ୍ୟ ସୁରେଶ ମହାପାତ୍ର ଗଣମାଧ୍ୟମକୁ କହିଥି୍ଲେ ଯେ, ତିନିଜଣିଆ କମିଟିରେ ସଦସ୍ୟମାନେ ୧୫ ରୁ ୨୦ବର୍ଷଧରି ଶ୍ରୀମନ୍ଦିରର ବିଭିନ୍ନ ଦାୟିତ୍ୱରେ ରହିଥିଲେ।କମିଟି ସଦସ୍ୟମାନେ ଅଭିଜ୍ଞତା ଆଧାରରେ ସେମାନଙ୍କର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଇତିମଧ୍ୟରେ କମିଟି ତାର ପ୍ରଥମ ରିପୋର୍ଟ ସୁପ୍ରିମ୍କୋଟ୍ରେ ଦାଖଲ କରାଯାଇଛି।ଏହି କମିଟିର ରିପୋଟ୍ ଉପରେ ବୈଠକରେ ଆମିକେଶ୍ କ୍ୟୁରୀ ଆଲୋଚନା କରିଥିଲେ।ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ମହାପ୍ରସାଦ ବ୍ୟବସ୍ଥା, ତଥା ଶ୍ରୀମନ୍ଦିରରେ କଣ ସବୁ ସଂସ୍କାର ହୋଇ ପାରିବ ତାହାନେଇ କମିଟି ସଦସ୍ୟମାନେ ସୁବ୍ରମଣ୍ୟମଙ୍କ ସହ ଆଲୋଚନା କରିଥିଲେ।କେନ୍ଦ୍ରଚେଂଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିଚାଳନା କମିଟି ସଦସ୍ୟମହିମୋହନ ତ୍ରିପାଠୀ, ଆଇନ୍ ବିଭାଗର ଅତିରିକ୍ତ ସଚିବ ଶାିକାନ୍ତ ମିଶ୍ର ପ୍ରମୁଖ ବୈଠକରେ ଯୋଗଦେଇଥିଲେ। ପରେ ଆମିକୋ୍ କ୍ୟୁରୀ ସାଂସଦ ଓ ଜିଲ୍ଲାଜଜ୍ ଙ୍କ ସହ ଆଲୋଚନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top