ଓଡ଼ିଶା

ସଂଶୋଧିତ ପେନ୍ସନ୍ ତଥା ପାରିବାରିକ ପେନ୍ସନ୍ ରୁ ବଞ୍ଚିତ ଅବସରପ୍ରାପ୍ତ ଡାକ କର୍ମଚାରୀ ତୁରନ୍ତ ଆବେଦନ କରିବାକୁ ପରାମର୍ଶ

ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ୨୦୧୬ ଜାନୁଆରୀ ପହିଲାରୁ ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଏବଂ ପାରିବାରିକ ପେନ୍ସନ୍ଧାରୀମାନଙ୍କର ପେନ୍ସନ୍ ଧାର୍ଯ୍ୟ କରାଯାଇଛି। ଅନେକ ପେନ୍ସନ୍ଧାରୀ ଏବଂ ପାରିବାରିକ ପେନ୍ସନଧାରୀଙ୍କ ସଂଶୋଧିତ ପେନ୍ସନ୍ ସ୍ଥିର କରାଯାଇଥିବାବେଳେ ଆହୁରି କିଛି ପେନ୍ସନ୍ଧାରୀ ଅଥବା ପାରିବାରିକ ପେନ୍ସନ୍ଧାରୀ ରହିଯାଇଥିବା ଜଣାପଡ଼ିଛି।

ଏଭଳି କ୍ଷେତ୍ରରେ ସଂପୃକ୍ତ ଡାକ ଡିଭିଜନ ଅନ୍ତର୍ଗତ ଡାକ ସୁପରିଟେଣ୍ଡେଂଟଙ୍କ ନିକଟରେ ନିଜ ନିଜର ଦରଖାସ୍ତ ଦାଖଲ କରିବା ପାଇଁ ଅନୁରୋଧ କରାଯାଇଛି। ଯେଉଁ ଡାକ ଡିଭିଜନରୁ ଅବସର ନେଇଥିବା ଅଥବା ପାରିବାରିକ ପେନ୍ସନ୍ ପାଉଥିବା ଏବଂ ସଂଶୋଧିତ ପେନ୍ସନ୍ ପାଇନଥିବା ହିତାଧିକାରୀମାନେ ତୁରନ୍ତ ନିଜ ନିଜର ସଂପୃକ୍ତ ଡିଭିଜନାଲ ସୁପରିନ୍ଟେଣ୍ଡେଂଟଙ୍କ ନିକଟରେ ଆବଶ୍ୟକ ରେକର୍ଡପତ୍ର ସହ ଦରଖାସ୍ତ ଦାଖଲ କରିବାକୁ ଓଡ଼ିଶା ଡାକମଣ୍ଡଳର ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top