ad
ଜିଲ୍ଲା ପରିକ୍ରମା

ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ପରିବାରବାଦ ରାଜନୀତିକୁ ବିରୋଧ ; ଦଳୀୟ ପ୍ରାର୍ଥୀ ପାଇଁ ଦଳିତ ନେତା ରାଜେନ୍ଦ୍ରଙ୍କ ନାମ ଦାବିକଲା ଦଳିତ ମହାସଂଘ

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଦଳିତ ମହାସଂଘ ପକ୍ଷରୁ ବିଜେଡିର ଦଳୀୟ ପ୍ରାର୍ଥୀ ପାଇଁ ଦାବିଦାର ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ପ୍ରାର୍ଥିତ୍ୱକୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ତୀବ୍ର ବିରୋଧ କରାଯାଇଛି। ମହାସଂଘ ପକ୍ଷରୁ ଉମାକାନ୍ତ ଜେନା, ଉଦୟ ନାଥ ଦାସ, ମୃତ୍ୟୁଞ୍ଜୟ ମହାଳିକ, ଜୟ ଜଗନ୍ନାଥ ମଲିକ, ମନୋଜ କୁମାର ମଲିକ ପ୍ରମୁଖ ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତି ମୂଳେ ଭଦ୍ରକ ଜିଲ୍ଲାର ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଭଦ୍ରକ ଲୋକସଭା ଏବଂ ଧାମନଗର ବିଧାନସଭା ଆସନ ଭଳି ୨ ଗୋଟି ନିର୍ବାଚନ ମଣ୍ଡଳୀରୁ ପ୍ରତନିଧିତ୍ୱ କରିଥାନ୍ତି ଦଳିତ ବର୍ଗର ନେତା। ଦେଶ ସ୍ୱାଧୀନତା ପରଠାରୁ ଭଦ୍ରକ ଲୋକସଭା ଆସନଟି ଦଳିତ ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ବିଜୁ ଜନତା ଦଳର ସାଂସଦ ଅର୍ଜୁନ ଚରଣ ସେଠୀ। ହେଲେ ବଡ଼ ଦୁଃଖ ଓ ପରିତାପର ବିଷୟ ସାଂସଦ ଶ୍ରୀ ସେଠୀ ଦୀର୍ଘ ବର୍ଷ ଧରି ରାଜନୈତିକ କ୍ଷମତା ଉପଭୋଗ କରି ଆସୁଥିବା ବେଳେ ଜିଲ୍ଲାର ଶତକଡା ୪୦ ଭାଗ ଦଳିତ ବର୍ଗର ଲୋକମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଚାଲିଛନ୍ତି। ସରକାରୀ ଯୋଜନା ଠାରୁ ଆରମ୍ଭ କରି ସାମାଜିକ କ୍ଷେତ୍ରରେ ଏହି ଦଳିତ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହେଉଥିଲେ ମଧ୍ୟ ସାଂସଦ ଶ୍ରୀ ସେଠୀ ପରିଣତ ବୟସରେ ଉପନୀତ ହୋଇଥିଲେ ମଧ୍ୟ ପୁନଶ୍ଚ ରାଜନୈତିକ କ୍ଷମତା ଲୋଭରେ ବିଜୁ ଜନତା ଦଳରୁ ନିଜେ ଏବଂ ପୁଅକୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରୀ ରଖିଥବାରୁ ତାଙ୍କର ଏହି ହୀନ ଉଦ୍ୟମକୁ ସେମାନେ ତୀବ୍ର ବିରୋଧ କରିଛନ୍ତି। ସାଂସଦ ଶ୍ରୀ ସେଠୀଙ୍କ ହୀନ କ୍ଷମତା ଦଖଲ ନୀତି ଯୋଗୁ ଜିଲ୍ଲାର ବହୁ ଦଳିତ ବର୍ଗର ଉଦୀୟମାନ, ପ୍ରତିଭାଧାରୀ ଯୁବନେତାମାନେ ଦଳୀୟ ପ୍ରାର୍ଥୀ ହେବାରୁ ବଞ୍ଚିତ ହେବା ସହ ସାଂସଦ ଏବଂ ବିଧାୟକ ହୋଇ ପାରୁନାହାନ୍ତି। ସାଂସଦ ଶ୍ରୀ ସେଠୀ ରାଜନୈତିକ ଜୀବନ କାଳ ମଧ୍ୟରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାଂସଦ, ବିଧାୟକ ହୋଇଥିଲେ ମଧ୍ୟ ଜିଲ୍ଲାର ସେପରି କିଛି ବିକାଶ ହୋଇ ପାରିନାହିଁ। ଏପରିକି ଦଳିତ ବର୍ଗର ଲୋକମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ଏପରିସ୍ଥଳେ ବିଜୁ ଜନତା ଦଳ ପକ୍ଷରୁ ଯଦି ସାଂସଦ ଶ୍ରୀ ସେଠୀ ଏବଂ ତାଙ୍କ ପୁଅକୁ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଏ ତେବେ ସଂଘ ପକ୍ଷରୁ ସେମାନଙ୍କ ପ୍ରାର୍ଥୀତ୍ୱକୁ ଘୋର ବିରୋଧ କରାଯିବ। ଏପରିକି ବିଜୁ ଜନତା ଦଳକୁ ସମର୍ଥନ କରାଯିବ କି ନାହିଁ, ସେ ସମ୍ପର୍କରେ ମଧ୍ୟ ବିଚାର କରାଯିବ। ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ଆଶାୟୀ ପ୍ରାର୍ଥୀ ସଂଘ ନେତା ତଥା ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଯେନାଙ୍କୁ ପ୍ରାର୍ଥୀ କରାଯିବା ପାଇଁ ଏହି ମହାସଂଘ ଦାବି କରିଛି। ସେମାନଙ୍କ ଯୁକ୍ତି ମୂଳେ ଶ୍ରୀ ଯେନା ଦୀର୍ଘ ବର୍ଷ ହେବ ଦଳିତମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରି ଆସୁଥିବାରୁ ଜିଲ୍ଲାର ଦଳିତ ଲୋକମାନେ ତାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ସେ ଜଣେ ସାମ୍ବାଦିକ ଏବଂ ନିର୍ବିବାଦୀୟ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସଂରକ୍ଷିତ ଥିବା ୨ ଗୋଟି ଆସନ ମଧ୍ୟରୁ ଯେ କୌଣସି ଆସନରେ ପ୍ରାର୍ଥୀ କରାଯାଉ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରେ ସେମାନେ ଏହି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଦୃଢ ଦାବି କରିଛନ୍ତି। ଶ୍ରୀ ଯେନାଙ୍କୁ ଦଳୀୟ ପ୍ରାର୍ଥୀ କରାଗଲେ ସଂଘ ନେତା ଓ ସଦସ୍ୟମାନେ ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନରେ ଜିତାଇବା ପାଇଁ ସମସ୍ତ ଚେଷ୍ଟା ଜାରୀ ରଖିବେ ବୋଲି ଏହି ପ୍ରେସ ବିଜ୍ଞପ୍ତିରେ ଉପରୋକ୍ତ କର୍ମକର୍ତ୍ତାମାନେ ଘୋଷଣା କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top