ଜିଲ୍ଲା ପରିକ୍ରମା

ସଂରକ୍ଷଣକୁ ବିରୋଧ ଦାବୀରେ ବୌଦ୍ଧରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବୈାଦ୍ଧ, ୧୦ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଜାତିଭିତିକ ସଂରକ୍ଷଣ ବିରୋଧରେ କେତେକ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସମର୍ଥନ ଜଣାଇ ବୌଦ୍ଧ ଜିଲାରେ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ମିଳତ କ୍ରୀୟାନୁଷ୍ଠାନ କମିଟିର ଆବାହକ ଚନ୍ଦ୍ରଜିତ ଦେଓ ଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ ସକାଳ ୬ଟାରୁ ସହରର ମୁଖ୍ୟ ଛକ ଏନଏସି ଛକ ଠାରେ ଖୋର୍ଦ୍ଧା- ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । କର୍ମକର୍ତ୍ତା ମାନେ ବିଭିନ୍ନ ନାରାବାଜି ଦେଇ ଏହାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଏହା ପରେ କର୍ମକର୍ତ୍ତା ମାନେ ପିକେଟିଂ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ , ସ୍କୁଲ , ଆଦି ବନ୍ଦ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ । ଫଳରେ ସହରର ସମସ୍ତଙ୍କ ଦୋକୋନ ବଜାର ବନ୍ଦ ହେବା ସହ ଗାଡିଚଳାଚଳ ଠପ ହୋଇଯାଇଥିଲା । ବନ୍ଦକୁ ଆଖି ଆଗରେ ରଖି ବସ ଚଳାଚଳ ସଂପୁର୍ଣ୍ଣ ବନ୍ଦ ରହିଥିଲା । ଜାତିଭିତିକ ସଂରକ୍ଷଣ ଆଇନ ଭାରତୀୟ ସମାଜ ପାଇଁ ଏକ ଘାତକ ବ୍ୟବସ୍ଥା ବୋଲି ପ୍ରମାଣିତ ହେଲା ପରେ ବି ପ୍ରମୁଖ ରାଜନୈତିକ ଦଳର ନେତାମାନେ ଏହାର ସମାଧାନ ନିମନ୍ତେ ତତ୍ପରତା ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଥିବା ବେଳେ ମିଳିତ କ୍ରୀୟାନୁଷ୍ଠାନ କମିଟିର ସଂପାଦକ ସ୍ୱରୁପ କୁମାର ପଟ୍ଟନାୟକ ଏ ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି । ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ବିଭିନ୍ନ କାର୍ଯ୍ୟାଳୟ ଏବଂ ସ୍କୁଲ କଲେଜ ସମ୍ମୁଖରେ ପିକେଟିଂ କରି ବନ୍ଦ କରିଥିଲେ । ଜିଲାରେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଥିବା ଜଣାଯାଇଛି । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top