ସଂଧ୍ୟା ପୂର୍ବରୁ ତିନି ରଥ ସିଂହଦ୍ୱାରେ ପହଂଚିଲା: ମାଉସୀ ମାଁ ମନ୍ଦିରରେ ପୋଡ଼ପିଠା ଖାଇଲେ:ଶ୍ରୀନଅର ନିକଟରେ ଲକ୍ଷ୍ମୀନାରାୟଣ ଭେଟ।

ପୁରୀ:୨୨/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ରତ୍ନ ବେଦୀରେ ଶ୍ରୀଜୀଉମାନେ ନବଦିନାନ୍ତକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତୀ ଘୋଷ ଯାତ୍ରାରେ ଆସି ଜନ୍ମବେଦୀରେ ଲିଳାଖେଳ ଶେଷ କରି ମହାପ୍ରଭୁ ଆଜି ଗୁଣ୍ଡିଚା ମନ୍ଦିରରେ ଶ୍ରୀମନ୍ଦିର ଅଭିମୁଖେ ବାହୁନା ବିଜେ କରିଚନ୍ତି। ଆଜି ପାଗ ଅନୁକୂଳ ଥିବାରୁ ଶରଧା ବାଲିରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ରଥଯାତ୍ରା ଦେଖିବା ପାଇଁ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସମାଗମ ହୋଇଥିଲା। ଶରଧାବାଲି ଆଜି ଜଗନ୍ନାଥମୟ ହୋଇଯାଇଥିଲା। ମେଘ ମୁକ୍ତ ଆକାଶର ଚାନ୍ଦୁଆ ତଳେ ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ, ହୁଳହୁଳି ଓ ଶଙ୍ଖ ଧ୍ୱନିରେ ଶରଧାବାଲି ପ୍ରଙ୍କପିତ ହୋଇଉଠିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷ୍ୟରୁ ଯେଉ ନିତି ନିଘଟ କରାଯାଇଥିଲା ତାହାର ପ୍ରାୟ ୩ଘର୍ଣା ପୂର୍ବରୁ ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ଭୋର ୪ଟା ସମୟରେ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବାପରେ ମଙ୍ଖଳ ଆଳତି ତଡ଼ପଲାଗି, ଅବକାସ ଓ ବେଶ ଶେଷ ହେବାପରେ ସକାଳ ଧୂପରେ ଖୋଚଡ଼ି ଭୋଗ ନିତି ଶେଷ ପରେ ଚତୁଦ୍ଧାମୂର୍ତି ପରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଚକ୍ରଧାର ସୁଦର୍ଶନ, ଶ୍ରୀବଳଭଦ୍ର ତାହା ପରେ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ଧାଡ଼ି ପଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ଆଣି ରଥାରୁଢ କରାଯାଇଥିଲା। ସୁଦର୍ଶନକୁ ଦର୍ପଦଳନ ରଥରେ ବିଜେ କରାଯାଥିଲା, ଦେବୀ ସୁଭଦ୍ରାଙ୍କୁ ଦର୍ପଦଳନ ରଥରେ, ବଳଭଦ୍ରଙ୍କୁ ତାଳଧ୍ୱଜ ରଥରେଓ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ରଥାରୁଢ କରାଯାଇଥିଲା। ପହଣ୍ଡି ବିଜେ ଶେଷ ହେବା ପରେ ତିନି ରଥରୁ ଚାରମାଳ ଖୋଲା ଯାଇ ଅଶ୍ୱ ଲଗାଯାଇଥିଲା।ଶ୍ରୀନଅରରୁ ଗଜପତି ଶ୍ରୀଶ୍ରୀଶ୍ରୀ ଦିବ୍ୟସିଂହଦେବ ଶ୍ରୀନଅରରୁ କାର ଯୋଗେ ବଡ଼ଶଙ୍ଖ ଠାରେ ପହଂଚିକା ପରେ ସେଠାରୁ ଛତିତ୍ରାସ ଓ ବାଦ୍ୟବାଦନ ମଧ୍ୟରେ ଏକ ପଟୁଆରରେ ରୋପ୍ୟ ଖଚିତ ମେହେନାରେ ଗୁଣ୍ଡିଚା ମନ୍ଦିର ନିକଟକୁ ଯାଇଁ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ପରେ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ଶେଷରେ ଦେବୀଙ୍କର ଦର୍ପଦଳନ ରଥରେ ସୁବର୍ଣ୍ଣବେଣ୍ଟ ଝାଡ଼ୁରେ ଚେରାପହରା କରିଥିଲେ।ଚେରାପହଁରା ନିତି ଶେଷ ହେବାପରେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କର ରଥଯାତ୍ରା ଦେଖିବା ନିମନ୍ତେ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଭକ୍ତ ମୟ ହୋଇଯାଇଥିଲା। ଶ୍ରୀଜଗନ୍ନାଥଙ୍କର ନନ୍ଦି ଘୋଷ ରଥ ମାଉସୀ ମା ମନ୍ଦିର ନିକଟରେ ପହଂଚିବା ପରେ ପରମ୍ପରା ଅନୁଯାଇ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ପୋଡ଼ ପିଠା ଭୋଗ ଲଗାଯାଇଥିଲା। ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଶ୍ରୀନଅର ନିକଟରେ ପହଂଚିବା ପରେ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀଙ୍କୁ ମନ୍ଦିରରୁ ଅଣାଯାଇ ବନ୍ଦାପନା କରାଯିବା ପରେ ଜଗପତି ମହାରାଜ ମାଁ ଲକ୍ଷ୍ମୀଙ୍କୁ ନେଇ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରାଇବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ି ଯାଇଥିଲେ। ପରେ ଶ୍ରୀନଅର ନିକଟରୁ ନନ୍ଦିଘୋଷ ରଥକୁ ସିଂହଦ୍ୱାରକୁ ନିଆଯାଇଥିଲା।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ୍ ମୃତୟନ କରାଯାଇଥିଲା। ସିଂହଦ୍ୱାର ନିକଟରେ ତିନି ରଥ ପହଂଚିବା ପରେ ରଥାରୁଢ ଠାକୁମାନଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଜମିଥିଲା।ବାହୁଡ଼ା ଯାତ୍ରାରେ ବିଭିନ୍ନ ସ୍ୱାଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ପିଇବା ପାଣି ଓ ବିନା ମୂଲ୍ୟରେ ଖାଦ୍ୟ ବଣ୍ଟନ କରାଯାଉଥିବା ଦେଖାଯାଉଥିଲା। ରଥଯାତ୍ରା ସମୟରେ ପକେଟମାର ଘଟଣା ବ୍ୟତିତ ଅନ୍ୟକୈାଣସି ଅଘଟଣ ଘଟିନଥିବା ଜଣା ଯାଇଛି। ପୁଲିସ୍ ପ୍ରଶାସନ ଗରିଷ୍ଠ ଅଧିକାରୀ ସମେତ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଜିଲ୍ଲା ପୁଲିସ୍ ଏସ୍ ପି ଡ଼ଃ ସାର୍ଥକ ଷଡ଼ଙ୍ଗୀ, ପ୍ରମୁଖ ରଥରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *