ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ଇସ୍ପାତ ସାହିତ୍ୟ ସମ୍ମାନ’

ଅନୁଗୋଳ, ୧୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଫିଚର ଓ ସ୍ତମ୍ଭ ଲେଖକ ସଂଗ୍ରାମ କେଶରୀ ପୃଷ୍ଟି ‘ଇସ୍ପାତ ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଗତ ୧୭ ତାରିଖରେ ରାଉରକେଲାସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ର ୪୭ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ଶ୍ରୀ ପୃଷ୍ଟିଙ୍କୁ ଏହି ମର୍ଯ୍ୟଦାଜନକ ପୁରସ୍କାର ପ୍ରଦାନ କରାଯାଇଛି। ଇସ୍ପାତ ସାହିତ୍ୟ ସଂସଦର ସଭାପତି ବିଦ୍ୟାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ଉଦଘାଟକ ଭାବେ ଯୋଗ ଦେଇ ଶ୍ରୀ ପୃଷ୍ଟିଙ୍କୁ ଉପଢୈାକନ, ମାନପତ୍ର ଓ ଫଳକ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ। ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥିଭାବେ ରାଉରକେଲା ଏନ୍.ଆଇ.ଟି.ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସୋମନାଥ ମିଶ୍ର, ନାଟ୍ୟକାର ସଂଳାପ ଓ ଧାରାବାହିକ ଲେଖକ ଡଃ ସଞ୍ଜୟ ହାତୀ, ରାଉରକେଲା ଷ୍ଟିଲ ପ୍ଲାଂଟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶୁଭେନ୍ଦୁ ଦାଶ, କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିବାସହ ଶ୍ରୀ ପୃଷ୍ଟିଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ପ୍ରକାଶ ଥାଉକି, ୨୦ରୁ ଉର୍ଦ୍ଧ୍ୱ ଶିଶୁ ସାହିତ୍ୟ ପୁସ୍ତକର ରଚୟିତା ଶ୍ରୀ ପୃଷ୍ଟି ଅଦ୍ୟାବଧି ୫୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନରୁ ସମ୍ମାନିତ ହୋଇସାରିଛନ୍ତି। ସମ୍ପ୍ରତି ଶ୍ରୀ ପୃଷ୍ଟି କିଶୋରନଗର ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *