ଅନୁଗୁଳ

ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ ତ୍ରିଧାରା ଶିଶୁ ସାହିତ୍ୟ’ ସମ୍ମାନ

ଅନୁଗୋଳ, ୧୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଶିଷ୍ଟ ଶିଶୁ ସାହିତ୍ୟିକ, ଫିଚର, ତଥା ସ୍ତମ୍ଭ ଲେଖକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ ତ୍ରିଧାରା ଶିଶୁ ସାହିତ୍ୟ’ ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଗୋଳ ଜିଲ୍ଲା ବଇଣ୍ଡାସ୍ଥିତ ତ୍ରିଧାରା ସାହିତ୍ୟ ସଂସଦ ଓ ଜିଲ୍ଲା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାମ୍ବତ୍ସରିକ ଉତ୍ସବରେ ଅନୁଗୋଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପଫେସର ଶାନ୍ତନୁ କୁମାର ସର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପୃଷ୍ଟିଙ୍କୁ ଉପଢୈାକନ, ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ସଂସଦର ସଭାପତି ବିରଂଚି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କବୟତ୍ରୀ ଡ.ଇନ୍ଦିରା ଦାଶ ଏବଂ କବି ରାଧାକାନ୍ତ ମହାନ୍ତି ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ରମେଶ ଚନ୍ଦ୍ର ମିଶ୍ର ସଭା ସଂଚାଳନ କରିଥିଲେ। ସମ୍ପ୍ରତି ଅନୁଗୋଳ ଜିଲ୍ଲା କିଶୋର ନଗର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିବା ଶ୍ରୀ ପୃଷ୍ଟିଙ୍କ ଅଦ୍ୟାବଧି ୨୦ଖଣ୍ଡ ଶିଶୁ ପୁସ୍ତକ ପ୍ରକାଶ ପାଇଥିବାବେଳେ ସେ ୫୦ରୁ ଉର୍ଦ୍ଧ୍ୱ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି। ଶ୍ରୀ ପୃଷ୍ଟିଙ୍କ ଏହି ସଫଳତାରେ କିଶୋର ସାହିତ୍ୟ ସଂସଦର ସଭାପତି ଅକ୍ଷୟ କୁମାର ଦାସ ଓ ସମ୍ପାଦକ ଜୟକୃଷ୍ଣ ପ୍ରଧାନ, ସମ୍ବାଦ ସାହିତ୍ୟଘର ସମ୍ପାଦକ ଲକ୍ଷ୍ମଣ କୁମାର ସାହୁ, ପଂଚଧାରା ସାହିତ୍ୟ ସଂସଦ(ଆଠମଲ୍ଲିକ) ସମ୍ପାଦକ ଆଭାସ କୁମାର କ୍ଷେତୀ ଏବଂ ଚନ୍ଦ୍ରମା(ଏନ୍.ଟି.ପି.ସି)ସମ୍ପାଦକ ବୁଦ୍ଧଦେବ ସେଠୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top