ସଂଗ୍ରାମୀ ହରିହର ନାଥଙ୍କୁ ବାଳଶ୍ରମ ପରିସରରେ ଶଦ୍ଧାଞ୍ଜଳୀ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସ୍ୱାଧିନତା ସଂଗ୍ରାମୀ, ଗାନ୍ଧୀବାଦର ରଚନାତ୍ମକ କର୍ମୀ ୰ହରିହର ନାଥଙ୍କ ଶ୍ରଦ୍ଧାଞ୍ଜଳୀ ଉତ୍ସବ ଐତିହାସିକ ଗାନ୍ଧୀ ବାଳାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି। ୰ ନାଥ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଥିଲେ। ନିରଳସ ଜୀବନଚର୍ଯ୍ୟା, ସେବା, ସଦାଚାର ଥିଲା ତାଙ୍କ ବ୍ୟକ୍ତିତ୍ୱର ବଳିଷ୍ଠ ନିଦର୍ଶନ। ବାଳାଶ୍ରମର ଅନ୍ତେବାସୀଙ୍କୁ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସେବା ଯତ୍ନ ଯୋଗାଇ ଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ସହ ଖଦୀ ପ୍ରଶିକ୍ଷକ, ଗାନ୍ଧୀବାଣୀ ପ୍ରଚାର, ଶାନ୍ତି ସଦଭାବନା ପରି ସତ୍ କାର୍ଯ୍ୟରେ ବ୍ରତୀ ହେବା ସହ ଅଗଷ୍ଟ ବିପ୍ଳବରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ବରିଷ୍ଠ ସମାଜସେବୀ ପରମାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ ମୁଖ୍ୟ ଅତିଥି, ଏଫଏମ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟ ଏସଏମ ଫାରକୁ, ଅଧିବକ୍ତା ମନୋରଂଜନ ମହାନ୍ତି, ସାହିତ୍ୟିକ ପ୍ରଫୁଲ୍ଲ ପଣ୍ଡା, ସମାଜଗସେବୀ ସୁଧାକର ରାଉତ, ବସୁମିତ୍ରା ସାହୁ, ସୋର ପୁରୁବାଇ କନ୍ୟାଶ୍ରମର ସମ୍ପାଦିକା ସୁମତୀ ମହାନ୍ତି, ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂଗ୍ରାମୀଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ବାଳାଶ୍ରମର ସମ୍ପାଦକ ଅଶୋକ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ସଂଚାଳିକା ଝରଣା ଦାସ, ସୁଧାଶୁଂ ଖେଶର ପଣ୍ଡା, ଅରବିନ୍ଦ ସେଠୀ, ରାମନାରାୟଣ ପଣ୍ଡା, ଶଶିକାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଶ୍ରମର ଅଧିକ୍ଷକ ହୃଶିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *