ସଂଗ୍ରାମୀ ଗୌରାଙ୍ଗ ଚନ୍ଦ୍ର ଥିଲେ ନିଃସର୍ତ ବିପ୍ଳବୀ

ଭଦ୍ରକ, ୬ା୧ (ଓଡିଆ ପୁଅ / ପ୍ରମୋଦ ରାୟ) : ନିଃସର୍ତ ବିପ୍ଳବୀ ରୂପେ ଦେଶ ମାତୃକାର ସେବା ପାଇଁ ଭାରତୀୟ ମୁକ୍ତି ସଂଗ୍ରାମରେ ଗୌରାଙ୍ଗଚନ୍ଦ୍ର ମହାନ୍ତି ନିଜକୁ ଉତ୍ସର୍ଗ କରିଥିଲେ। ବା‚ାନିଧି ଚକଲାର ସଭାପତି ରୂପେ ତାଙ୍କ ଅଭିଯାନ ବିପ୍ଳବ ମୁଖର ଥିଲା ବୋଲି ସଂଗ୍ରାମୀ ଗୌରାଙ୍ଗ ସ୍ମୃତି ସନ୍ଧ୍ୟାରେ ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ମତ ପ୍ରକାଶ କରିଛନ୍ତି। ଭାଗବତ କଲ୍ୟାଣ ମଣ୍ଡପଠାରେ ଭଦ୍ରକ ପୂଜ୍ୟପୂଜା ସଂସଦ ପକ୍ଷରୁ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗଚନ୍ଦ୍ର ମହାନ୍ତିଙ୍କ ବିଂଶତମ ସ୍ମୃତି ସନ୍ଧ୍ୟାରେ ରାମଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ। ଯୁଗ୍ମ ସଂପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରାକ୍ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଅଭୟ ଦ୍ୱିବେଦୀ ଓ ସମ୍ମାନିତ ବକ୍ତା ବିଶ୍ୱରଞ୍ଜନ ଦାସ ଯୋଗଦେଇ ଗାନ୍ଧୀଜୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ମୁକ୍ତି ସଂଗ୍ରାମ, ସଂସ୍କୃତି ଆଧାରିତ ଓ ଏହା ଶିକ୍ଷା ତଥା ସାମାଜିକ ବ୍ୟବସ୍ଥା ସହିତ ସଂପର୍କ ରଖିଥିଲା ବୋଲି କହିଥିଲେ। ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରାଙ୍କୁ ‘ଗୌରାଙ୍ଗଚନ୍ଦ୍ର ମହାନ୍ତି ସ୍ମୃତି ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା। ପୂଜ୍ୟପୂଜା ସଂସଦର ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ, ସହ-ସଂପାଦକ କରୁଣାକର ବେହୁରିଆ ଅତିଥି ପରିଚୟ ପ୍ରଦାନ ଓ ସମାଜସେବୀ ଅତୀଶ କୁମାର ବେହେରା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ବାରିକ, ପଦ୍ମକାନ୍ତ ଧଳ, ସଦାନନ୍ଦ ସାହୁ, ଅଜୟ ନାୟକ, ଶାନ୍ତନୁ କୁମାର ରାଉତ, ହୃଷୀକେଶ ପଣ୍ଡା, ଶ୍ରୀନିବାସ ସାହୁ, ବିମ୍ବାଧର ବ୍ରହ୍ମ, ସୁଧାକର ରାଉତ, କୈଳାସଚନ୍ଦ୍ର ପଣ୍ଡା, ଶ୍ରୀ ନିର୍ମଳ ରାଉତ, କିରଣଚନ୍ଦ୍ର ଗୁଇଁ, ଅକ୍ଷୟ କୁମାର ବାରିକ୍, ଗୀତାରାଣୀ ଆଇଚ, ବାବାଜୀ ଚରଣ ମହାନ୍ତି, ଶରତଚନ୍ଦ୍ର ମହାନ୍ତି, ରଜତ କୁମାର ସାହୁ, କରୁଣାକର ଉପାଧ୍ୟାୟ, ବାବୁଲାଲ ଦାସ, ଜୟଜଗନ୍ନାଥ ମଲିକ, ବିଶ୍ୱନାଥ କର, ଦୁଃଶାସନ ମହାନ୍ତି, ବୀରେନ୍ଦ୍ର କୁମାର ଦାସ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *