ସଂଗୀତଜ୍ଞ ରାମହରି ମହାନ୍ତିଙ୍କ ସ୍ମୃତିଚାରଣ ସଭା

ଭଦ୍ରକ, ୨୨ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ): ଆତ୍ମା ଓ ପରମାତ୍ମାଙ୍କର ଭଗବାନଙ୍କ ସହ ସଂଯୋଗୀକରଣ ଏବଂ ସମାଜକୁ ଏକ ଶାନ୍ତିର ଶୃଙ୍ଖଳ ପିନ୍ଧାଇବାରେ ସଂଗୀତର ଭୂମିକା ଅନନ୍ୟ ବୋଲି ପ୍ରଧାନ ଶିକ୍ଷକ ଗଂଗାଧର ଦେହୁରୀ ଓ ଶିକ୍ଷକ ଗୋପାଳ ଚନ୍ଦ୍ର ଦେ ଙ୍କ ସଂଯୋଜନାରେ ଆୟୋଜିତ ସଂଗୀତଜ୍ଞ ରାମହରି ମହାନ୍ତିଙ୍କ ସ୍ମୃତିସଭାରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜଗନ୍ନାଥପୁରସ୍ଥିତ ଏହି ସ୍ମୃତିସଭାରେ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଘାସଫୁଲର ସଂପାଦକ ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ଡାକ୍ତର ପ୍ରଦୀପ ନାୟକ, ସମାଜସେବୀ ରାଧାକାନ୍ତ ସାମଲ, ଅଜିତ୍ ପଟ୍ଟନାୟକ, ଡ. କେଶବ ଚନ୍ଦ୍ର ଜେନା, ଅଧ୍ୟାପକ ନିହାର ରଂଜନ କର, ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତ, ସଂଗୀତ ଗୁରୁ ସୁବାଷ ରାମ, ମନୋଜ ମହାପାତ୍ର, ସୁଶାନ୍ତ ପଣ୍ଡା, ଉତ୍ପଳ ଲୋଚନ ମହାନ୍ତି, ପୁଷ୍ପିତା ମହାନ୍ତି, ଅଭୟ ଦାସ, ଅନ୍ତର୍ଯ୍ୟାମୀ ପରିଡା, ରୁଦ୍ରପ୍ରସାଦ ବାରିକ, ପ୍ରସନ୍ନ ବେହେରା, ସୁରେନ୍ଦ୍ର ଗାହାଣ, ସୁବୋଧ ନାୟକ, ଲକ୍ଷ୍ମୀଧର ବେହେରା, ଗୌରାଙ୍ଗ ବାରିକ, ପ୍ରଭାକର ବାରିକ, ହରିବନ୍ଧୁ ସାହୁ, ମଇନି ମହାପାତ୍ର, ରମେଶ ନନ୍ଦ, ମନିନ୍ଦ୍ର ମହାନ୍ତି, ବ୍ରଜବଲ୍ଲଭ ବେହେରା, ନିତ୍ୟାନନ୍ଦ ବାରିକ, ଦୀପ୍ତିମୟୀ ସାହୁ ପ୍ରମୁଖ ଯୋଗଦେଇ ସଂଗୀତଜ୍ଞ ୰ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ। ଶିଳ୍ପୀ ଆନନ୍ଦିତା ବେହେରା, ସୁଭ୍ରା ମହାପାତ୍ର, ନିରୋଜବାଳା ମହାନ୍ତି, ମଦନ ସୂତାର, ନିର୍ମଳ ସ୍ୱାଇଁ, ମନୋଜ ବେହେରା, ସୁନୀତା ସାହୁ, ଭୀମଚରଣ ପରିଡା, ବ୍ରଜବଲ୍ଲଭ ସାହୁ, ନମସ୍ୱିନୀ ପରିଡା ପ୍ରମୁଖ ଏହି ଅବସରରେ ଭକ୍ତିସଂଗୀତ ପରିବେଷଣ କରି ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡ଼ିଶାର ବିଶିଷ୍ଟ ସଂଗୀତଜ୍ଞ ଡ. କୀର୍ତ୍ତନ ନାରାୟଣ ପାଢି, ତୀର୍ଥାନନ୍ଦ ମହାନ୍ତି, କଣ୍ଠଶିଳ୍ପୀ ସୁବାଷ ଦାସ ଓ ତୃପି ଦାସ ପ୍ରମୁଖ ଏହି ସ୍ମୃତିସଭାରେ ଯୋଗଦେଇ ଶୋକବ୍ୟକ୍ତ କରିଥିଲେ। ବିଶିଷ୍ଟ ତବଲା ବାଦକ ଗଣେଶ ଜାନା, ଇଷ୍ଟପ୍ରିୟା ଓ ମନୋଜ ମଂଚ ପରିଚାଳନା କରିଥିବାବେଳେ ସଭା ପ୍ରାରମ୍ଭରେ ସାହିତ୍ୟିକ ନନ୍ଦକିଶୋର ମହାନ୍ତି, ସଭାପତି ଗଂଗାଧର ବେହୁରୀ, ଅଧ୍ୟାପକ ଗୋପାଳ ଚନ୍ଦ୍ର ଦେ ଓ କଣ୍ଠଶିଳ୍ପୀ ସୁବାଷ ରାମ୍ ପ୍ରମୁଖ ରାମହରି ମହାନ୍ତିଙ୍କ ସ୍ମରଣିକା ଉନ୍ମୋଚନ କରିଥିଲେ।

Leave a Reply

Your email address will not be published. Required fields are marked *