ସଂଗାତାଚାର୍ଯ୍ୟ ସ୍ୱର୍ଗତ କରୁଣାକର ଦାଶଙ୍କ ଶ୍ରାଦେ୍ଧାତ୍ସବ

ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିଶିଷ୍ଠ କଳାକାର ସଂଗୀତାଚାର୍ଯ୍ୟ ସ୍ୱର୍ଗତ କରୁଣାକର ଦାଶଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦେ୍ଧାତ୍ସବ ପଳିକିରି ସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୧୮ତାରିଖ ପୂର୍ବାହ୍ନରେ ସ୍ୱର୍ଗତ ଦାଶଙ୍କ ପ୍ରତିମୂର୍ତ୍ତି ବୟୋଜ୍ୟେଷ୍ଠ ଯାତ୍ରା କଳାକାର ବୈଷ୍ଣବ ଚରଣ ଶତପଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ  ନାଟ୍ୟକାର ବୈଷ୍ଣବ ଚରଣ ଶତପଥି ,ବରିଷ୍ଠ ସାମ୍ବାଦିକ ବାସୁଦେବ ତି୍ରପାଠୀ, ଉକ୍ରଳ ସାମ୍ବାଦିକ ସଂଘର ଭଦ୍ରକ ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ରାଉତ, ଲକ୍ଷ୍ମୀଧର ଦାଶ, ସମାଜସେବୀ ପିତାମ୍ବର ପାତ୍ର, ଉମାକାନ୍ତ ମାଝୀ, ସାମ୍ବାଦିକ ଅପୂର୍ବ ରଂଜନ ବେହେରା, ରମେଶ ଚନ୍ଦ୍ର ପାଗଳ, ସୁଶାନ୍ତ ରାଉତ, ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜ୍ୟେଷ୍ଠ ପୁତ୍ର ସାମ୍ବାଦିକ ସୁଧାକର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଧ୍ୟମ ପୁତ୍ର ନିରାକାର ଦାଶ କୃତଜ୍ଞତା ଜ୍ଞାପନ କରିଥିଲେ । କନିଷ୍ଠ ପୁତ୍ର ଦିବାକର ଦାଶ ସଭା ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *