ଷ୍ଟେଟ ବ୍ୟାଙ୍କ ଏଟିଏମ ରେ ପଇସା ନାହିଁ, ଉପଭୋକ୍ତା ହନ୍ତସନ୍ତ

ଖଡିଆଳ/ନୂଆପଡା-୧୯.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସହରରେ ଥିବା ଷ୍ଟେଟ ବ୍ୟାଙ୍କର ଏଟିଏମ ମାନଙ୍କରେ ଗତ ୫ ଦିନହେଲା ଟଙ୍କା ନଥିବାରୁ ଉପ ଭୋକ୍ତା ମାନେ ନାହିନଥିବା ର ଅସୁବିଧା ସମ୍ମୁଖୀନ ହୋଉଛନ୍ତି। ଖଡିଆଳ ସହର ତଥା ଗ୍ରାମାଞ୍ଚଳରେ ୧୮, ୧୯ ଓ ୨୦ ତାରିଖ ରେ ବହୁ ସଂଖ୍ୟରେ ବିବାହ ଥିବାରୁ ଲୋକଙ୍କ ଟଙ୍କା ର ଜରୁରୀ ଥିବା ବେଲେ ଏଟିଏମ ମାନଙ୍କରେ ଟଙ୍କା ନଥିବାରୁ ବହୁ ସମାସ୍ୟାର ସମ୍ମୁଖୀନ କେଉଥିବା ଏଟିଏମ ଧାରୀ ଅଭିଯୋଗ କରିଛନ୍ତି। ଏ ବିଷୟରେ ଖଡିଆଳ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଙ୍କୁ ଯୋଗା ଯୋଗ କରାଯିବାରୁ ଟଙ୍କା ନଥିବା କଥାକୁ ସ୍ୱୀକାର କରିଥିବା ବେଲେ ଦିନେ ଦୁଇଦିନ ମଧ୍ୟରେ ଏଟିଏମ ରେ ଟଙ୍କା ମିଲିବାର ବ୍ୟବସ୍ଥା ଠିକ ହୋଇଯିବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ସାଧାରଣ ଲୋକ ଙ୍କୁ ଏଟିଏମରେ ଟଙ୍କା ନଥିବାରୁ ନାନା ସମସ୍ୟା ଦେଖା ଦେଇଥିବା ବେଲେ ଏହି ସମୟରେ ସାହୁକାର ମାନେ ମାଲେ ମାଲ ହେଉଥିବା ଦେଖିବାକୁ ମିଲିଛି। ଟଙ୍କା ନଥିବାରୁ ସାହୁକାର ମାନେ ଚଢାଦରରେ ବିଆଜ ନେଇ ଟଙ୍କା ଦେଉଥିବାର ଦେଖିବାକୁ ମିଲିଛି। ତୁରନ୍ତ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ତୁରନ୍ତ ଏଟିଏମ ମାନଙ୍କରେ ଟଙ୍କା ଭରିବା ପାଇ ଦାବି ହେଉଛି।

Leave a Reply

Your email address will not be published. Required fields are marked *