ଜିଲ୍ଲା ପରିକ୍ରମା

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ମଚାରୀ ମହାସଂଘ ସମ୍ମିଳନୀ

ପୁରୀ ୨୫.୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ମଚାରୀ ମହାସଂଛର ୬୬ତମ ତ୍ରୟ ବାର୍ଷିକ ଆଧାରଣ ପରିଷଦ ବୈଠକ ଏବଂ ଓଡିଶା ସର୍କଲର୧୦ତମ ତ୍ରୟବାର୍ଷିକ ସାଧାରଣ ପରିଷଦ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଳୁ ଲିଲି ହୋଟେଲ୍ ପରିସରରେ ଆଯୋଜିତ ଏହି ସମ୍ମୀଳନୀ କୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ପୋରେଟ୍ ସେକ୍ଟରର ଡେପୁଟୀ ଜେନେରାଲ୍ ମ୍ୟାନେଜର ପ୍ରଶାନ୍ତ କୁମାର ଆନୁଷ୍ଟନିକ ଭାବେ ଉଦ୍ଘାଟନ କରିଥିଲେ।ଏସ୍ ବି ଆଇ ଓଡିଶା ର ସି ଜି ଏମ୍ ପ୍ରବିଣା ନନ୍ଦା, ମହାସଙ୍ଘର ସାଧାରଣ ସଂପାଦକ ଏସ୍ କେ ବନ୍ଦରିସ୍, ଅଧ୍ୟକ୍ଷ ଭି ଭି ଏସ୍ ଆର୍ ଶର୍ମା ଏସ୍ ବି ଆଇ କର୍ମଚାରୀ ସଂଙ୍ଗ ଓଡିଶା ସର୍କଲ ର ସାଧାରଣ ସଂମ୍ପାଦକ ସମୀତ୍ କୁମାର ମିଶ୍ର, ଦେବୀ ପ୍ରସାଦ ମିଶ୍ର, ଗୌତମ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା। ବ୍ୟାଙ୍କିଙ୍ଗ୍ କ୍ଷେତ୍ର ରେ ଦୀର୍ଘ ବର୍ଷ ଧରି ରାଷ୍ଟ୍ରାୟତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କ ସେବାକୁ ଅଧିକ ଉନ୍ନତମାନର କରିବା ସମସ୍ତ ଭାରତ ବର୍ଷରେ ଏସ୍ ବି ଆଇ ରେ କାର୍ଯ୍ୟରତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଭାରତ ବର୍ଷର ଅର୍ଥନୈତିକ ଅବସ୍ତା ଓ ସ୍ଥିତି, ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସମ୍ମୀଳନୀରେ ବିସୃତ ଭାବରେ ବିଭିନ୍ନ ରାଜ୍ୟରୁ ଏସ୍ ବି ଆଇ ର ୨୦୦୦ ପ୍ରତିନୀଧି ଙ୍କ ସହ ଓଡିଶା ସର୍କଲ୍ ରୁ ୧୦୦୦ ରୁ ଅଧିକ ପ୍ରତିନିଧି ଏହି ସମ୍ମୀଳନୀରେ ଯୋଗ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top