ଷ୍ଟେଟବ୍ୟାଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର

ପୁରୀ, ୪/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ପକ୍ଷରୁ ଆପୋଲ ହସପିଟାଲର ମିଳିତ ସହଯୋଗରେ ବ୍ୟାଙ୍କ ପରିସରରେ ଏକ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଷ୍ଟେଟବ୍ୟାଂକ ଉପଭୋକ୍ତା ମାନଙ୍କର ମାଗାଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ରକ୍ତ ସର୍କରା ବ୍ଲଡ ପ୍ରେସର ଇକୋ କାଡିଓ ଗ୍ରାମ, ଚକ୍ଷୁ ଓ ଭେଷଜ ବିଭାଗରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ସକାଳ ଠାରୁ ଅପରୀାହ୍ନ ୨ଟା ପର୍ଯ୍ୟନ୍ତ ଶିବିରରେ ଶତାଧିକ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଡଃ ପ୍ରେମାନନ୍ଦ ପଟ୍ଟନାୟକ ଡାଇବେଟିସ ବିଶେଷଜ୍ଞ ଡଃ ସୈାମ୍ୟରାଜ ପ୍ରଧାନ, ଆରତୀ ବେହେରା, ପୁଷ୍ପା ବିଶ୍ୱାଳ, ଶମ୍ଭୁନାଥ ସ୍ୱାଇଁ, ଦେବଦତ ମିଶ୍ର, ପ୍ରମୁଖ ଶିବିରାର୍ଥୀ ମାନଙ୍କୁ ରୋଗୀ ମାନଙ୍କର ପରୀକ୍ଷା ନିରୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ପରିଚାଳକ କାବୁଲା ବେହେରା, ଚକ୍ରଧର ମହାପାତ୍ର, ବସନ୍ତ ମିଶ୍ର, ସନାତନ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *