ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଉଦଘାଟିତ

ବୌଦ୍ଧ,୦୬ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲାର ଲାଣ୍ଡିବନ୍ଧ ଠାରେ ନୂତନ ଭାବେ ନିର୍ମୀତ ହୋଇଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଗୃହକୁ ବାଚସ୍ପତି ପ୍ରଦିପ କୁମାର ଅମାତଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦଘାଟନି ଉସôବରେ ମୁଖ୍ୟଅତିଥି ଶ୍ରୀଅମାତ ଏହି ଅନୁଷ୍ଠାନ ଦ୍ୱାରା ଜିଲାର ଦରିଦ୍ର ସୀମାରେଖା ତଳେଥିବା ଓ ବେକାର ଯୁବକ ଯୁବତୀ ମାନେ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଗ୍ରହଣ କରିବାପରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗତ ୨୦୧୧ ମସିହା ଡିସେମ୍ବର ମାସ ଠାରୁ ବୌଦ୍ଧରେ ପ୍ରତିଷ୍ଠିତ ଏହି ତାଲିମ ପ୍ରତିଷ୍ଠାନ ଦ୍ୱାରା ଜିଲାର ୩୭୫୧ ଜଣ ଯୁବକ ଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଦକ୍ଷ ଟ୍ରେନରଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୮୬ ଜଣ ରୋଜଗାର କ୍ଷମ ହୋଇପାରିଛନ୍ତି ଓ ୬୮୬ ଜଣ ତାଲିମ ଗ୍ରହଣ କରିବାପରେ ନିଜସ୍ୱ ଆର୍ଥିକ ବିନିଯୋଗ କରି ରୋଜଗାରକ୍ଷମ ହୋଇପାରିଥିବାବେଳେ ୧୪୦୭ ଜଣଙ୍କୁ ବ୍ୟାଙ୍କ ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହି ଜିଲାରେ ସଫଳତାର ସହିତ କାର୍ଯ୍ୟ କରିଆସୁଥିବାରୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ସଭାରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବ ଅବସରରେ ସମ୍ମାନୀତ ଅତିଥି ଭାବେ କଣ୍ଟମାଳ ବିଧାୟକ ତଥା ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ଜିଏମ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଗୌତମ ଭଟାଚାର୍ଯ୍ୟ, ଜିଲା ଗା୍ରମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜନେ୍ଦ୍ର କୁମାର ପଟ୍ଟନାୟକ, ଏସବିଆଇ ଡିଜିଏମ ବିଜୟ କୁମାର ଦାସ, ଏସଡିଆର ଭୁବନେଶ୍ୱର ଧୁବେଇ ପ୍ରଧାନ, ଆରଏମ ଫୁଳବାଣି ଶାନ୍ତନୁ କୁମାର ଖାଡଙ୍ଗା, ଏଜିଏମ କରୁଣାକର ପାଣିଗା୍ରହୀ ଆରସେଟିର ନିଦେ୍ର୍ଦଶକ ବୃନ୍ଦାବନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଲିଡ ବ୍ୟାଙ୍କ ମେନେଜର ପ୍ରକାଶ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ଉଦ୍ୟାନ ବିତ ଦିପ୍ତିସାଗରିକା ସାହୁ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *