ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଏକାଦଶ ବାର୍ଷିକ କ୍ରୀଡା ଉତ୍ସବ

କେନ୍ଦ୍ରାପଡା ୧୧/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମେହମୁଦାବାଦର ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଏକାଦଶତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଇନାମୁଲ ହକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ରିଜର୍ଭ ପୋଲିସ କାର୍ଯ୍ୟାଳୟର ସର୍ଜେଂଟ ମନଭୀର ସାଗର ବାଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପାଠପଢା ସହିତ କ୍ରୀଡାରେ ମନୋନିବେଶ କଲେ ଶରୀର ଓ ମନ ସୁସ୍ଥ ରହିବ ବୋଲି କହିଥିଲେ। ଉତ୍ସବରେ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ତଥା ଜିଲ୍ଲା ରିଜର୍ଭ ପୋଲିସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଲୋଚନା ସେନାପତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ କେବଳ ପାଠ ନପଢି ବିଭିନ୍ନ ଖେଳରେ ଭାଗନେଲେ ଛାତ୍ରଛାତ୍ରୀମାନେ ଜୀବନରେ ଆଗକୁ ଯାଇ ପାରିବେ ବୋଲି କହିବା ସହ ବିଶେଷତ ଝିଅମାନେ ଖେଳରେ ମନୋନିବେଷ କରି ଆମ ଅଁଚଳର ସୁନାମ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ, ସାମ୍ବାଦିକ ଚିତରଞ୍ଜନ ଦାସ, ଫୁଟବଲ ଖେଳାଳି ଇରାନ ଅଲ୍ଲି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଦୁଇଦିନଧରି ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାର ଭିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ପୁରଷ୍କୃତ କରାଯାଇଥିଲା। ଶିକ୍ଷୟତ୍ରୀ ଦେବକି ମୁଦୁଲି, ସୁନନ୍ଦା ପଣ୍ଡା, ଜାଇନାଫ ଆଫ୍ରିନ, ଜିଲ୍ଲା କ୍ରୀଡା କୋଚ ସେକ ସୈାକତ ଖାନ ପ୍ରମୁଖ କ୍ରୀଡା ଓ ଉତ୍ସବ ପରିଚାଳନାରେ ସହେଯାଗ କରିଥିଲେ।

Leave a Reply

Your email address will not be published. Required fields are marked *