ଷ୍ଟାଡିୟମ ନିର୍ମାଣ ପାଇଁ ଶିଳାନ୍ୟାସ

ପୁରୀ:୩୧/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ତାଳବଣିଆରେ ଆଉ ଏକ ଇନ୍ ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଗୁରୁପାର ଶିଳାନ୍ୟାସ କରାଯାଇଛି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବଂ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ସେଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ବହୁମୁଖର ଇନ୍ ଡୋର ଷ୍ଟାଡିୟମ ନିମନ୍ତେ ଖେଲୋ ଇଣ୍ଡିଆ ଯୋଜନାରେ କେନ୍ଦ୍ର ସରକାର ୭କୋଟି ୫୦ଲକ୍ଷ ଟଙ୍କା ମଞ୍ଜଜୁର କରିଛନ୍ତି। ୱାପକସସ୍ ନାମକ ଏକ ସଂସ୍ଥାକୁ ରାଜ୍ୟ କ୍ରୀଡା ବିଭାଗ ଷ୍ଟାଡିୟମ ନିର୍ମାଣ ଦାୟିତ୍ୱ ଦେଇଛି। ଏଥିପାଇଁ ବିସ୍ତୃତ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି। ଅବଢ଼ା ଯୋଜନାରେ ରାଜ୍ୟ ସରକାରଙ୍କ ଠାରୁ ଟଙ୍କା ମିଳିବା ପରେ ଆଉଟ୍ ଡୋର ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ନାରାୟଣ ବେହେରା, ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ରବିଶଙ୍କର ପ୍ରତିହାରୀ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ରବିନାରାୟଣ ସେନାପତି, ପୂୂର୍ବତନ ନଗରପାଳ ଜୌରହରି ପ୍ରଧାନ, ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, କୁସ୍ତି ସଂଘ ସଭାପତି ରାମଚନ୍ଦ୍ର ପାଢ଼ୀ, ରବିନାରାୟଣ ଗୁରୁ, ୱାପକସ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟ କୁମାର ମିଶ୍ର ଏବଂ ନୋଡାଲ ଅଫିସର ଶରତ ଚନ୍ଦ୍ର ନନ୍ଦ ମଞ୍ଚରେ ଉପସ୍ଥିତ ଥିଲେ। ଇନ୍ ଡୋର ଷ୍ଟାଡିୟମ ଶିଳାନ୍ୟାସ ଉତ୍ସବକୁ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ବିବାଦ ଦେଖା ଦେଇଛି। ଏଥିନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଷ୍ଟାଡିୟମ ନିମନ୍ତେ ପୁରୀ ପୌରସଂସ୍ଥା ଆବଶ୍ୟକୀୟ ଜମି ଯୋଗାଇ ଦେଇଥିବା ବେଳେ ଫଳକରେ ନଗରପାଳଙ୍କ ନାମ ଲେଖାନଯିବା ହୀନ ରାଜନୀତିର ପରିଚୟ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *