ଷଷ୍ଠ ଦିବସରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ

ତିର୍ତ୍ତୋଲ ୨୮/୪ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ରାଜସ୍ୱ ଗ୍ରାମର ବେଲବଣ ମହାପୁରୁଷଙ୍କ ପୀଠରେ ଥିବା ରଘୁନାଥଜୀଉ ମନ୍ଦିରର ମାନସ ମଣ୍ଡପରେ ବ୍ୟାସ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା)ଙ୍କ ଅଧ୍ୟକ୍ଷତାରେ ନବଦିନ ବ୍ୟାପି ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ପ୍ରବଚନ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଷଷ୍ଟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ସାସାଦଙ୍କ ପ୍ରତିନିଧି ପ୍ରଫୁଲ କୁମାର ବେହେରା, ସମ୍ମାନୀତ ଅତିଥି ହେମନ୍ତ କୁମାର ସାହୁ, ଆଇନିଜିବୀ ତଥା ସାମ୍ବାନିକ ଟୁକନ ଚରଣ ସେଠୀ ପ୍ରମୁଖ ଯୋଗେ ଦଇଥିଲେ। ବରେଣ୍ୟ ପ୍ରବଚକ ବ୍ରଜକିଶୋର ମହାନ୍ତି ରାମ କଥା ଉପରେ ସୁନ୍ଦର ଓ ସାର ଗର୍ଭକ ପ୍ରବଚନ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ରାମକଥା ଶ୍ରବଣ କରିଥିଲେ। ବେଲବଣ ମଠର ମଠାଧିସ ବାବା ଶ୍ୟାମ ସୁନ୍ଦର ଦାସଜୀ ମହାରାଜ, ବଟଚରଣ ଦାଶ, ସୁଖେନ୍ଦୁ ଦାଶ, ମଳୟ ବାରିକ୍, ସୁରେଶ ସାହୁ ପ୍ରଶାନ୍ତ ମହାନ୍ତି, ପ୍ରମୋଦ ଦାସ, ନିରଞ୍ଜନ ବାରିକ୍, ନବ କିଶୋର ମହାପାତ୍ର, ରଶ୍ମୀ ରଞ୍ଜନ ବେହେରା, ଜଟାଧାରୀ ଦାସ, ନିର୍ମଳ ନାଥ, ଶିଶିର ଦାସ, ଉତ୍ତମ ସାହୁଙ୍କ ସମେତ ତିର୍ତ୍ତୋଲ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ୩୦ ତାରିଖ ବୈଶାଖ ପୂର୍ଣ୍ଣିମାଦିନ ଉଯାପିତ ହେବାର କାର୍ଯ୍ୟକ୍ରମ ରହିଥିବା ମଠ ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *