ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବ୍ରାହ୍ମଣ ମହାସଭା ବୈଠକ

କେନ୍ଦ୍ରାପଡା, ୧୭/୬ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ଗ୍ରାମଦେବତୀ ମା ବଇଁଞ୍ଚିଆଣୀ ମନ୍ଦିର ପରିସରରେ ପଣ୍ଡିତ ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ବ୍ରାହ୍ମଣ ମାନଙ୍କର ଏକ ସଭା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କେନ୍ଦ୍ରାପଡା ବ୍ଲକ ଆବାହକ ପଣ୍ଡିତ ହରେକୃଷ୍ଣ ପତି ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିବାପାଇଁ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ପଣ୍ଡିତ ସର୍ବେଶ୍ୱର ମିଶ୍ର, ପଣ୍ଡିତ ଭ୍ରମରବର ନନ୍ଦ, ରବିନ୍ଦ୍ର କର, ତପନ କୁମାର ଦାଶ, ପ୍ରଫୁଲ୍ଲ କର, ମହେନ୍ଦ୍ର ମିଶ୍ର, ରବି ଶତପଥି, ବ୍ରହ୍ମାନନ୍ଦ ଆଚାର୍ଯ୍ୟ, ଅକ୍ଷୟ ପତି, ପ୍ରଫୁଲ୍ଲ ପତି, ପ୍ରହ୍ଲାଦ ପତି, ଜଗବଂଧୁ କର, ପ୍ରଦୀପ ତ୍ରୀପାଠି, ଦେବାଶିଷ ମିଶ୍ର, ଗଦାଧର ମହାପାତ୍ର, ପ୍ରିୟରଂଜନ ମିଶ୍ର, ହରିହର କର ପ୍ରମୁଖ  ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କବି ନୃସିଂହ ଚରଣ ତ୍ରିପାଠୀ ଔଷଧୀୟ ବୃକ୍ଷ ରୋପଣ, ମଠ ମନ୍ଦିର ନିକଟରେ ଥିବା ପତିତ ଜମିରେ ବର, ଅଶ୍ୱତ୍ଥ, ପଳାଶ, ଉଡମ୍ବରୁ, ସମି ଆଦି ବୃକ୍ଷ ରୋପଣ କରାଯିବା ଏବଂ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ଓ ସାମୁହିକ ବ୍ରତପନୟନ କରିବାପାଇଁ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ବୈଠକ ଗରାପୁର ଗୋପାଳଜୀଉ ମନ୍ଦିରରେ କରାଯିବାପାଇଁ ସ୍ଥିର କରାଯାଇଥିଲା।

Leave a Reply

Your email address will not be published. Required fields are marked *