‘ଶ୍ଳୋକ ଶତକ’ ପୁସ୍ତକ ଉନ୍ମୋଚିତ

ତିର୍ତ୍ତୋଲ ୦୩/୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ନିକଟସ୍ଥ ଗରାମ ପଞ୍ଚାୟତ ଅଲଣାମଠ ସ୍ଥିତ ପାଲା ମଣ୍ଡପ ପରିସରରେ ମଧ୍ୟରେ ପଣ୍ଡିତ ଭାସ୍କର ଚନ୍ଦ୍ର ଶତ୍ ପଥିଙ୍କ ଅନୁଦିତ ସଂସ୍କୃତ ମଙ୍ଗଳା ଚରଣର ଓଡିଆ ବାଣୀ ଗାଥା ସମ୍ବଳିତ ‘ଶ୍ଳୋକ ଶତଳ’ ପୁସ୍ତକ ସମ୍ବାଦ ସାହିତ୍ୟ ଘରର ସଭାପତି ଗୋଲୋକ ବିହାରୀ ପଲାଇଙ୍କ ପୌରୋହିତ୍ୟରେ ଉନ୍ମୋଚିତ ହୋଇଯାଇଅଛି। ଏହି ସାରସ୍ୱତ ସଭାରେ ମୁଖ୍ୟଅତିଥି ଭାବେ ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତାଭାବେ ଗାୟକ ରବିନାରାୟଣ ପତି, ସମ୍ମାନିତ ଅତିଥି ପୂଜାପରିଷଦର ସଂପାଦକ ବଂଶୀଧର ପଲାଇ, ସୁରେନ୍ଦ୍ର ନାଥ ପରିଡା, ପ୍ରାକ୍ତନ ସଂପାଦକ ନଟବର ପାତ୍ର ପ୍ରମୁଖ ଯୋଗଦାନ କରି ଭାରତ ବର୍ଷ ଏକ ଆଧ୍ୟାତ୍ମିକ ଦେଶ ଓ ସଂସ୍କୃତ ଭାଷା ତାର ଆତ୍ମାସଦୃଶ୍ୟ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରକ୍ତନ ସଭାପତି ବେଣୁଧର ଶତ୍ ପଥି, ପ୍ରାକ୍ତନ ସଂପାଦକ ଅଶୋକ କୁମାର ସାହୁ, ସାରଦା ପ୍ରଶନ୍ନ ଶତ୍ ପଥି, ବାସୁଦେବ ଦାସ, ଜାନକି ବଲ୍ଲଭ ଶତ୍ ପଥି, ପ୍ରଶାନ୍ତ କୁମାର ବାରିକ, ଉମେଶ ଚନ୍ଦ୍ର ବାରିକ, କୈଳାସ ଚନ୍ଦ୍ର ପରିଡା, ପ୍ରଶାନ୍ତ କୁମାର ବାରିକ, ଚିତ୍ତ ରଂଜନ କୁଅଁର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ପୂର୍ବତନ ସରପଞ୍ଚ ଚିତ୍ତ ରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *