ଓଡ଼ିଶା

ଶ୍ରେୟସ କେଶରୱାନିଙ୍କ ମୃତ୍ୟୁ ଘଟଣା: ସ୍ଵତନ୍ତ୍ର ସଂସ୍ଥା ଦ୍ବାରା ତଦନ୍ତ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୩-୨ (ଓଡ଼ିଆ ପୁଅ) ସମ୍ବଲପୁର ଗରପୋଷ ଗାଁର ଛାତ୍ର ଶ୍ରେୟସ କେଶରୱାନିଙ୍କ ବିଶାଖାପାଟଣାର ଏକ ଛାତ୍ରାବାସରେ ଅତ୍ୟାଚାରିତ ହେବା ଏବଂ ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିବା ଘଟଣା ସଂପର୍କରେ ତାଙ୍କ ବାପା ଶୈଲେଶ କେଶରୱାନି ଓ ମା ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପୁଅର ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଦୁର୍ଭାଗ୍ୟଜନକ ଘଟଣାରେ ଦୁଃଖପ୍ରକାଶ କରିବା ସହିତ ସ୍ଵର୍ଗତ ଶ୍ରେୟସଙ୍କ ପିତାମାତାଙ୍କୁ ସାନ୍ତ୍ୱନା ଦେଇଥିଲେ ଏବଂ ସେମାନେ ଯେପରି ନ୍ୟାୟ ପାଇପାରିବେ, ସେଥିପାଇଁ ସେ ଆନ୍ଧ୍ର ସରକାରଙ୍କ ସହ କଥାବାର୍ତ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍ ଯୋଗେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରି ଶ୍ରେୟସ ମୃତ୍ୟୁ ଘଟଣାର ତଦନ୍ତ ଏକ ସ୍ଵତନ୍ତ୍ର ସଂସ୍ଥା ଦ୍ବାରା କରି ନ୍ୟାୟ ଦେବା ପାଇଁ ଅନୁରୋଧ କରିଥିଲେ। (ଫାଇଲ୍ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top