ଜିଲ୍ଲା ପରିକ୍ରମା

ଶ୍ରୀ ସତ୍ୟସାଇ ସେବା ସଂଗଠନ ପୁସ୍ତକ ପ୍ରକାଶନର ଆବାହକଙ୍କ ପରଲୋକ ବିଭିନ୍ନ ମହଲରେ ଶୋକ

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଶ୍ରୀ ସତ୍ୟସାଇ ବାବାଙ୍କ ପରମ ଭକ୍ତ ତଥା ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ପର୍ଶୁରାମ ସାହୁଙ୍କର ହୃଦ୍ଘାତ ଜନିତ ମୃତ୍ୟୁରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀ ବିନୋଦିନୀ ଆମ୍ମା, ବଡପୁତ୍ର ମନୋଜ, କନିଷ୍ଠ ପୁତ୍ର ସରୋଜଙ୍କ ସମେତ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ। ଗତକାଲି ରାତିରେ ଶ୍ରୀ ସାହୁ ଶୌଚ ହେବା ପାଇଁ ଯିବା ସମୟରେ ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା। ତାଙ୍କର ଏହି ମୃତ୍ୟୁଖବର ପାଇ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ପି. ଜଗନ୍ନାଥ ପ୍ରସାଦ ରାଓ, ରାଜ୍ୟ ଟ୍ରଷ୍ଟର ଆବାହକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ସଚ୍ଚିଦାନନ୍ଦ ନାୟକ, ପ୍ରାକ୍ତନ ରାଜ୍ୟ ସଭାପତି ହରିକୃଷ୍ଣ ଦାସ, ଉପସଭାପତି ନାରାୟଣ ପ୍ରସାଦ ସର, ଭୁବନେଶ୍ୱର ଜିଲା ସଭାପତି ରମାକାନ୍ତ ଦାସ, ସମିତି ଓ ସେବା ଗ୍ରୁପ୍ର ସମସ୍ତ ଆବାହକ, ବରିଷ୍ଠ ସଦସ୍ୟ ସନାତନ ସାରଥୀ ପୁସ୍ତକ ସଂପାଦକ ସୁଧାଂଶୁ ମୋହନ ନାୟକ, ଭଦ୍ରକ-୨ ଜିଲା ସଭାପତି ବିଷ୍ଣୁମୋହନ ନାୟକ, ଭଦ୍ରକ ଜିଲା ସଂଯୋଜକ ପଙ୍କଜ ବିହାରୀ ନାୟକ, ଜୟନ୍ତି ପାତ୍ର, ମନୋଜ ନାୟକ, କୋରାପୁଟ ଜିଲା ସଭାପତି ଓ ରାୟଗଡା ଓ ବହୁ ଜିଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ତାଙ୍କର ମର ଶରୀରକୁ ଭୁବନେଶ୍ୱରସ୍ଥିତ ସାଇ ସେବା ସମିତି ପ୍ରାର୍ଥନା ଗୃହକୁ ଅଣାଯାଇ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକଘଣ୍ଟା ନୀରବ ପ୍ରାର୍ଥନା କରାଯାଇଥିଲା। ଏବଂ ଏଥିସହ ଭଜନ, ସାଇ ଗାୟତ୍ରୀ ଓ ବେଦ ଆବୃତ୍ତି କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ୰ ସାହୁ ଭିଜିଲାନ୍ସ ବିଭାଗର ଏସ୍ପି ଭାବେ ଅବସର ନେଇ ସମାଜସେବା କ୍ଷେତ୍ରରେ ବିଭିନ୍ନ ପଦପଦବୀ ଦାୟିତ୍ୱ ଗ୍ରହଣ କରି ସୁନାମ ଅର୍ଜନ କରିଥିଲେ। ପୁଲିସ୍ ବିଭାଗରେ ଥିବା ସମୟରେ ୧୯୭୨ ମସିହାରେ ସତ୍ୟସାଇ ସେବା ସଂଗଠନରେ ଯୋଗ ଦେଇଥିଲେ। ୨୦୦୬ ରୁ ଶ୍ରୀ ସତ୍ୟସାଇ ଗ୍ରୁପ୍ ଟ୍ରଷ୍ଟ ଓଡ଼ିଶାର ଆବାହକ ଥାଇ ସଂଗଠନର ସନାତନ ସାରଥୀ ବାଳବିକାଶ ପୁସ୍ତକ ପ୍ରକାଶ କରିଆସୁଥିଲେ। ତାଙ୍କ ମର ଶରୀରକୁ ଏକ ସୁସଜ୍ଜିତ ଗାଡିରେ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ସଂସ୍କାର କରାଯାଇଥିଲା। ତାଙ୍କର ଜ୍ୟେଷ୍ଠ ପୁତ୍ର ମନୋଜ ମୁଖାଗ୍ନି ଦେଇଥିଲେ। ତାଙ୍କର ମୃତ୍ୟୁରେ ସଂଗଠନର ସର୍ବଭାରତୀୟ ସଭାପତି ନିମିଷ ପାଣ୍ଡିଆ (ମୁମ୍ବାଇ), ବହୁ ରାଜ୍ୟ ସଭାପତି, ସୁଧୀର ଯୋଶୀ, ଭଦ୍ରକ ଜିଲା ସଭାପତି ଇଂ ସନାତନ ପାତ୍ର, ପ୍ରାକ୍ତନ ଜିଲା ସଭାପତି ସୁଶୀଲ ଜେନା, ଅନିରୁଦ୍ଧ ଦାସ, ପୂର୍ଣ୍ଣଚନ୍ଦ୍ର ସେଠୀ, ଜୟଚନ୍ଦ୍ର ବେହେରା, ବିଜୟ କୁମାର ପତି, ଡ. ଭଗବାନ ପରିଡା ଓ ଧନେଶ୍ୱର ଖଟୁଆ ପ୍ରମୁଖ ଶୋକବାର୍ତ୍ତା ପଠାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top