ଓଡ଼ିଶା

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାଵର୍ତନ ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀ ଶ୍ରୀ ରବିଶଙ୍କରଙ୍କର ଓଡିଶା ଗ୍ରସ୍ତ

ଭୁବନେଶ୍ୱର ୨୫-୯ (ଓଡ଼ିଆ ପୁଅ) ବିଶ୍ୱବିଖ୍ୟାତ ମାନଵବାଦୀ, ଆଧ୍ୟାତ୍ମିକ ଗୁରୁ ଏବଂ ଆର୍ଟ ଅଫ ଲିଭିଂ ସଂସ୍ଥା ର ପ୍ରତିଷ୍ଠାତା ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଆସନ୍ତା ତା ୨୬ ରୁ ୨୯ ସେପ୍ଟେମ୍ବର ୨୦୧୮ରିଖ ପର୍ୟ୍ୟନ୍ତ ତ୍ରିଦିବସୀୟ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି।

ଏହି ଅବସର ରେ ପରମ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଆସନ୍ତା ତା ୨୮ ସେପ୍ଟେମ୍ବର ୨୦୧୮ ରିଖ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ପଞ୍ଚମ ସମାଵର୍ତନ ଉତ୍ସବ ରେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେବେ।ଏହି ଅବସର ରେ ଏମ.ବି.ଏ, ପି.ଜି.ଡି.ଏଫ.ଏମ, ବି.ଏ (ଯୋଗ), ଏମ.ଏ(ଯୋଗ), ଏମ.ଏ(ସଂସ୍କୃତ), ଏମ.ଏ(ପତ୍ରକାରୀତା ଓ ଗଣଯୋଗାଯୋଗ), ବି.ବି.ଏ, ବି.କମ ଇତ୍ୟାଦି ବିଷୟ ର ମୋଟ ୩୧୭ ଜଣ ଛାତ୍ରଛାତ୍ରୀ ଙ୍କୁ ଡିଗ୍ରୀ ତଥା ୨ ଜଣ ଙ୍କୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯିବ।ଏହା ସହିତ ବିଭିନ୍ନ ବିଭାଗ ର ମୋଟ ୧୪ ଜଣଙ୍କୁ ସ୍ଵର୍ଣପଦକ ପ୍ରଦାନ କରାଯିବାର କାର୍ୟ୍ୟକ୍ରମ ରହିଅଛି।ଏଠାରେ ସୂଚନାଯୋଗ୍ୟ କି ବିଶ୍ୱବିଦ୍ୟାଳୟ ରେ ଦେଶ ର ୨୮ ଟି ରାଜ୍ୟ ରୁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।ପାରମ୍ପରିକ ପୋଷାକ ରେ ଛାତ୍ରଛାତ୍ରୀ ମାନେ ନିଜର ଡିଗ୍ରୀ ଗ୍ରହଣ କରିବେ ଯାହା କି ପୂର୍ବ ଓ ପାଶ୍ଚତ୍ୟ ସଂସ୍କୃତି ର ଏକ ଅପୂର୍ବ ସମାହାର ହେବ।

ପରମ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଏହି ଗ୍ରସ୍ତ ଅବସର ରେ ଅନ୍ୟାନ୍ୟ କାର୍ୟ୍ୟକ୍ରମ ରେ ମଧ୍ୟ ଯୋଗ ଦେବେ।ତନ୍ମଧ୍ୟରୁ ୨୮ ତାରିଖ ଦିନ ଅପରାହ୍ନ ୨.୧୫ ରେ ସାମ୍ବାଦିକ ସମ୍ମିଳନୀ ଏବଂ ତାପରେ ଶିକ୍ଷାବିତ ମାଂନଙ୍କ ଏକ ସମିଳନୀ ରେ ଯୋଗଦେବାର କାର୍ୟ୍ୟକ୍ରମ ରହି ଅଛି।ଏତଦ୍ ବ୍ୟତୀତ ୨୭ ଏବଂ ୨୮ ତାରିଖ ସନ୍ଧ୍ୟା ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହେବାକୁ ଥିବା ସତସଙ୍ଗ ରେ ଯୋଗ ଦେଇ ଶ୍ରଦ୍ଧାଳୁ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ।ଏହି ସତସଙ୍ଗ ରେ ପାରମ୍ପରିକ ପରିବେଶ ରେ ବିଭିନ୍ନ ଭଜନ ତଥା ଭକ୍ତିଗୀତ ପରିବେଷଣ କରାଯିବ।

ଏହା ସହିତ ପରମ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ୨୭ ତାରିଖ ସକାଳେ କଳାହାଣ୍ଡି ଗ୍ରସ୍ତ ରେ ଯାଇ ଶ୍ରୀ ଶ୍ରୀ କୌଶଳ ବିକାଶ କେନ୍ଦ୍ର ଉଦ୍ଘାଟନ କରିବା ସହ ମହାସତସଙ୍ଗ ରେ ଯୋଗ ଦେଇ ଲୋକମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top