ଶ୍ରୀ ଶ୍ରୀ ବଡ ମା’ ଙ୍କ ୧୨୫ତମ ଜନ୍ମ ଦିବସ ପାଳିତ

ତିର୍ତ୍ତୋଲ, ୨/୮ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ସତ୍ ସଙ୍ଗ ଉପାସନା କେନ୍ଦ୍ର, ସତ୍ ସଙ୍ଗ କେନ୍ଦ୍ର, ସତ୍ ସଙ୍ଗ ବିହାର ଓ ମନ୍ଦିରରେ ପରମଆରାଧ୍ୟା ଶ୍ରୀ ଶ୍ରୀ ବଡ ମା’ ଙ୍କ ୧୨୫ତମ ଜନ୍ମ ଦିବସ ସାରାଦିବସ ବ୍ୟାପି ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳିତ ହୋଇଯାଇଅଛି। ଲଥାଙ୍ଗ ସତ୍ ସଙ୍ଗ କେନ୍ଦ୍ର, ଓକଲା ସତ୍ ସଙ୍ଗ ବିହାର, ନୁଆ ପୋଖରୀ ସତ୍ ସଙ୍ଗ କେନ୍ଦ୍ର, ରାହାମା ସତ୍ ସଙ୍ଗ ବିହାର, ରାଇଗଣ ଉପାସନା କେନ୍ଦ୍ର, ଝଙ୍କଡ।ସତ୍ ସଙ୍ଗ କେନ୍ଦ୍ର ଓ ମତ୍ତଗଜପୁର ସତ୍ ସଙ୍ଗ ବିହାର ଠାରେ ସାଡମ୍ବରେ ଏହି ଜନ୍ମ ଉତ୍ସବ ପାଳିତ ହୋଇଯାଇଅଛି। ମତ୍ତଗଜପୁର ସତ୍ ସଙ୍ଗ ବିହାର ଠାରେ ଆୟୋଜିତ ଉତ୍ସବରେ ରିତିକ୍ ରତ୍ନାକର ନାୟକ ସଭାପତିତ୍ୱ କରିଥିବା ବେଳେ ପ୍ରାାରମ୍ଭିକ ସୂଚନା ରଞ୍ଜନ ମଲ୍ଲ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରିତିକ୍ ବାନାମ୍ବର ପୃଷ୍ଟି, ବିଭୁତି ଭୂଷଣ ମହାନ୍ତି ପ୍ରମୁଖ ଯୋଗଦେଇ ପରମଆରାଧ୍ୟା ଶ୍ରୀ ଶ୍ରୀ ବଡ ମା’ ଙ୍କର ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ। ମହମ୍ମଦପୁର ଓ ମଣିଜଙ୍ଗର ଭାଇ ଓ ମା ମାନେ ଏହି ଉତ୍ସବ ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *