ଜିଲ୍ଲା ପରିକ୍ରମା

ଶ୍ରୀ ଶ୍ରୀ ଗୋପାଳ ଜୀଉ ଗୋଶାଳାକୁ ୨ ଲକ୍ଷ ୪୦ ହଜାର ଟଙ୍କାର ଚେକ୍ ପ୍ରଦାନ

ଭଦ୍ରକ, ୩୧ା୭ (ଓଡିଆ ପୁଅ / ପ୍ରମୋଦ ରାୟ) – ଆଜି ଭଦ୍ରକ ଜିଲାପାଳ ଜ୍ଞାନ ଦାସ ରାଜଘାଟ ପୋଲ ସନ୍ନିକଟ ବହୁ ପୁରାତନ ଶ୍ରୀ ଶ୍ରୀ ଗୋପାଳ ଜୀଉ ଗୋଶାଳାର ରକ୍ଷଣାବେକ୍ଷଣ ନିମିତ୍ତ ୨ ଲକ୍ଷ ୪୦ ହଜାର ଟଙ୍କାର ଏକ ଚେକ୍ ଆର୍ଥିକ ସହାୟତା ଭାବେ ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ବହୁ ପୁରାତନ ଏହି ଗୋଶାଳରେ ସଂଖ୍ୟାଧିକ ଗୋରୁ-ଗାଈ ରହି ଆସୁଥିବାବେଳେ ସେମାନଙ୍କ ରହଣି ନେଇ ବହୁ ସଂକଟ ଦେଖାଦେଉଥିଲା। ଏ ସଂପର୍କରେ ଗୋଶାଳା କର୍ତ୍ତୃପକ୍ଷ ଜିଲାପାଳଙ୍କୁ ଅବଗତ କରାଇବା ପରେ ସେ ଆଜି ଉକ୍ତ ଅର୍ଥରାଶିକୁ ଗୋଶାଳାର ସଭାପତି କାଶୀନାଥ ସାହୁଙ୍କୁ ପ୍ରଦାନ କରିଛନ୍ତି। ଏହି ପ୍ରଦାନ କାଳରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଗୋଶାଳାର ସଂପାଦକ ତଥା ଅଧିବକ୍ତା ପବନ ଶର୍ମା ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top