ଶ୍ରୀ ଶ୍ରୀ ଗଭେଇ ଠାକୁରାଣୀଙ୍କ ସପ୍ତମ ସାମ୍ବସôରିକ ଉସôବ

ଭଦ୍ରକ,୩ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରାଞ୍ଚଳର ଗବସାହି ଗ୍ରାମର ବହୁ ପୁରାତନ ପ୍ରତିଷ୍ଠିତ ମା ଗଭେଇ ଠାକୁରାଣୀଙ୍କର ସପ୍ତମ ସାମ୍ବସôରିକ ଉସôବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ମନ୍ଦିରରେ ମାଙ୍କୁ ସମସ୍ତ ରିତି ନିତିରେ ପୁଜାର୍ଚ୍ଚନା ଚାଲିଛି । ମନ୍ଦିର କମିଟି କର୍ମକର୍ତ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମଙ୍ଗଳାଧିବାସ, ଦେବୀଙ୍କ ଷୋଡ଼ଷୋପଚାର ପୂଜା, ସପ୍ତସତୀ ଚଣ୍ଡିପାଠ, ଯଜ୍ଞାହୁତି ଓ ଅନ୍ୟାନ୍ୟ ବୈଦିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାଛଡ଼ା ମାଙ୍କ ପୂଜାର୍ଚ୍ଚନାରେ ସହରାଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇଥିବା ପରିଲକ୍ଷିତ ହୋଇଛି । ବହୁ ଶ୍ରଦ୍ଧାଳୁ ପ୍ରସାଦ ସେବନରେ ଆପ୍ୟାୟିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *