ଶ୍ରୀ ଶ୍ରୀ ଆଖଣ୍ଡଳମଣୀଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜାନୁୟାରୀ ୧୨ ତାରିଖ ଅପରାହ୍ନ ୩.୩୦ମିନିଟ୍ ସମୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଆରଡ଼ି ଧାମର ଶ୍ରୀଶ୍ରୀବାବା ଆଖଣ୍ଡଳମଣୀଙ୍କ ମହାଶିବରାତ୍ରୀ ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜ୍ଞାନଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଲୋଚନାକ୍ରମେ ଆସନ୍ତା ଫେବୃୟାରୀ ୧୪ତାରିଖ ବୁଧବାର ଦିନ ଜାଗରଯାତ୍ରା ଅବସରରେ ଶ୍ରୀଶ୍ରୀ ଆଖଣ୍ଡଳମଣୀମହାପ୍ରଭୁଙ୍କର ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାତଃ ୪ଘଣ୍ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳାଆଳତି ପରେ କନିକା ରାଜାଙ୍କ ତରଫରୁ ପହିଲି ଘର୍ଷଣର ଭୋଗ, ପ୍ରାତଃ ୫.୪୫ମିନିଟ୍ରୁ ରାତ୍ର ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦିଅଦର୍ଶନ ଏବଂ ଘର୍ଷଣ ଭୋଗପରେ ବିଭିନ୍ନ ସମୟରେ ବିଭିନ୍ନ ପୂଜାଉପଚାର ଅନୁଷ୍ଠିତ ହେବ। ରାତ୍ରୀ ୧୨.୩୦ ରୁ ୩.୧୫ମିନିଟ୍ରେ ସର୍ବସାଧାରଣଙ୍କ ସୁନାବେଶଦର୍ଶନ। ରାତ୍ର ୪.୧୪ରୁ ୫ଘଟିକା ମଧ୍ୟରେ ମହାଦୀପ କୀର୍ତ୍ତନ ସହ ବେଢାପରିକ୍ରମାପରେ ମନ୍ଦିର ଚୂଡ଼ାରେ ସ୍ଥାପନ ହେବ। ଜାଗରଯାତ୍ରା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେତୁ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ମନେଜିଙ୍ଗ ଟ୍ରଷ୍ଟି ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଏହି ବୈଠକରେ ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ଉପଜିଲ୍ଲାପାଳ ନରୋତ୍ତମ ବେହେରା ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଉପଖଣ୍ଡଆରଖି ଅଧିକ୍ଷକ ଧାମନଗର ମନୋରଂଜନ ସାମଲଶାନ୍ତିଶୃଙ୍ଖଳା ପାଇଁ ଅଧିକ ଆବଶ୍ୟକ ପୋଲିସ୍ ଫୋର୍ସ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବ ରାତ୍ରୀ କାଳିନ ହେତୁ ସେହି ସମୟରେ ବିଦ୍ୟୁତ୍କାଟ ନକରିବା,  ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ଗମନାଗମର ସୁବିଧା ପାଇଁ ଅଧିକ ଗାଡ଼ି ଚଳାଚଳ, ପାନୀୟ ଜଳପାଇଁ ଟ୍ୟାଙ୍କର ବ୍ୟବସ୍ଥା ସହିତ ପରିମଣ ସଫାସୂତୁରା ଓ ସ୍ୱାସ୍ଥ୍ୟସେବ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର୍ର ସହ ଆମ୍ବୁଲାନ୍ସ ଓ ଡ଼ାକ୍ତର ବ୍ୟବସ୍ଥା, ଯାତ୍ରା ପୂର୍ବରୁ ମାଦକ ଦ୍ରବ୍ୟ ବନ୍ଦ କରିବା, ସୂଚନାକେନ୍ଦ୍ର ଓ ଭଜନ ସନ୍ଧ୍ୟାର ବ୍ୟବସ୍ଥାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତବର୍ଷ ଜାଗରଯାତ୍ରା ଦିନ ଭକ୍ତମାନଙ୍କର ସୁରକ୍ଷାପାଇଁ ସନ୍ଧ୍ୟା ୬ଘଟିକା ପରେ ଡ଼ଙ୍ଗା ଚଳାଚଳ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି। ସେଥିନିମନ୍ତେ ଏବେଠାରୁ ଉଭୟ ପାଶ୍ୱର୍ରେ ଫ୍ଲେକ୍ସ ବେନର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସମୃକ୍ତ ଗ୍ରାମପଞ୍ଚାତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଉକ୍ତ ବୈଠକରେ ଜିଲ୍ଲାପରିଷଦର ସଭାପତି ଦ୍ୱିଜବର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଖଣ୍ଡ ପୋଲିସ୍ ଅଧିକାରୀ  ଧାମନଗର ମନୋରଂଜନ ସାମଲ ସହକାରୀ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୂରଲୀ ପାଢ, ବସ୍ସିଣ୍ଡିକେଟ୍ର ସଭାପତି, ସାମ୍ବାଦିକ, ବିଭିନ୍ନ ବିଭାଗୀୟଅଧିକାରୀ, ଟ୍ରଷ୍ଟବୋର୍ଡ଼ କର୍ମକର୍ତ୍ତା, ବରିଷ୍ଠ ସେବାୟତମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ଉପଜିଲ୍ଲାପାଳ ନରୋତ୍ତମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *