ଶ୍ରୀ ରାମ ଚରିତ ମାନସ ନବାନ୍ନ ପାରାୟଣ

ସୁରତ ୨୫-୧ (ଓଡ଼ିଆ ପୁଅ/ରାଜେଶ ପାଢି) ରାମାୟଣ ପ୍ରଚାର ସମିତି (ଓଡିଆ ସମାଜ) ତରଫରୁ ସୁରତ ପାଣ୍ଡେସରା କାଶି ବିଶ୍ବନାଥ ମନ୍ଦିର ଠାରେ ୯ ଦିନ ବ୍ୟାପି ରାମଚରିତ ମାନସ କଥା ସହ ନବାନ୍ନ ପାରାୟଣର ଆୟୋଜନ ହେଉଅଛି।୨୪/୦୧/୨୦୧୮ ମାଘ ସପତମି ବୁଧବାର ଠାରୁ ୧/୨/୨୦୧୮ ରିଖ ମାଘ ପୁର୍ଣ୍ଣିମା ଗୁରୁବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି କଥାର ପ୍ରାରମ୍ଭରେ ବମରୋଲି ସ୍ଥିତ କାଳି ମନ୍ଦିର ଠାରୁ କଥା ସ୍ଥଳ ଯାଏଁ ୪ କିମି ଏକ ବିଶାଳ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।ଏଥିରେ ୫୦୦ରୁ ଅଧିକ ମହିଳା ଯୋଗଦେଇଥିଲେ। ପଂଣ୍ଡିତ ଶ୍ରୀ ଗୌରିହରି ଦାସ ମହାରାଜଙ୍କ ଦ୍ବାରା ପ୍ରତ୍ୟହ ସଂଦ୍ଧ୍ୟା ୮.୦୦ ରୁ ୧୧.୦୦ ପଯ୍ୟନ୍ତ ପ୍ରବଚନର ଆୟୋଜିତ ହେବ।​

Leave a Reply

Your email address will not be published. Required fields are marked *