ନିଆଳି ୪-୨ (ଓଡ଼ିଆ ପୁଅ/ଦେବବ୍ରତ ରାୟ) ନିଆଳି ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଶ୍ରୀ ଶ୍ରୀ ରାଧାକାନ୍ତ ଓରଫ ବ୍ରଜବାସୀ ମଠ ପ୍ରତିଷ୍ଠାତାଙ୍କର ତିରୋଧାନୋତ୍ସବ ଉପଲକ୍ଷେ ବାର୍ଷିକ ସତ୍ ସଙ୍ଗ ସମାରୋହ ମଠ ପରିସରରେ ଗତ ୨୭ ତାରିଖ ଠାରୁ ଆରମ୍ଭ ଦେଇ ୨ ତାରିଖ ଦିନ ଉଦ୍ ଯାପିତ ହୋଇଯାଇଛି। ଏହି ଉତ୍ସବ ଅବସରରେ ଗତ ଶନିବାର ହନୁମାନ ଚାଳିଶା ପାଠ କରାଯାଇଥିବା ବେଳେ ନିଆଳି ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ରବିବାର ସୁନ୍ଦରାକାଣ୍ଡ ଓ ରାମ ସହସ୍ରନାମ ପାଠ କରାଯାଇଥିଲା ସେହିପରି ସୋମବାର ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ମଠ ପରିସରରେ ବିଭିନ୍ନ ଉଚ୍ଚବିଦ୍ୟାଳୟ ଓ ମହାବଦ୍ୟାଳୟ ସ୍ତରିୟ ଶ୍ରୀକୃଷ୍ଣତତ୍ୱ ଉପରେ ବକୃତା ପ୍ରତିଯୋଗିତା ହୋଇଥିଲା। ଏଥିରେ ନିଆଳି ମହାବିଦ୍ୟାଳୟ, ନୀଳମଣୀ ବାଳିକା ଉଚ୍ଚବିଦ୍ୟାଳୟ, ଶ୍ରୀ ରାଧାକାନ୍ତ ବିଦ୍ୟାଳୟ, କସର୍ଦା ହାଇସ୍କୁଲ, ମାଧବ ହାଇସ୍କୁଲ, ନିଆଳି ସରସ୍ୱତି ଶିଶୁ ବିଦ୍ୟାମନ୍ଦିର, ବାଲିପାଟଣା ସରସ୍ୱତି ଶିଶୁ ବିଦ୍ୟାମନ୍ଦିର, ନରିଶୋ ସରସ୍ୱତି ଶିଶୁ ବିଦ୍ୟାମନ୍ଦିର, ନଗମାନନ୍ଦ ମହିଳା ମହାବିଦ୍ୟାଳୟ ଚାରିଛକ, ପ୍ରାଚୀ ମହିଳା ମହାବିଦ୍ୟାଳୟ ନିଆଳି, ଡିଜିବିକେ ମହାବିଦ୍ୟାଳୟ କସର୍ଦ୍ଦା, ଉଦୟନାଥ ସ୍ୱୟଂ ସାଶିତ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଭାଗନେଇଥିଲେ। ହୋଇଥିଲା ସେହିପରି ଶ୍ଳୋକ ଆବୃତ୍ତିସହ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ବିତ୍ତରଣ କରିଥିଲେ। ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ସମୀର ରଂଜନ ଦାସ, ଡ଼ା. ହିରଣ୍ୟମଇ ମିଶ୍ର, ବୁଧବାର ରାତି ୯ଟାରେ ନାମଯଜ୍ଞର ସୁଭାଧିବାସ କରାଯାଇଥିବାବେଳେ ଗୁରୁବାର ଅଷ୍ଟମପ୍ରହର ନାମ ଯଜ୍ଞ ହୋଇଥିବାବେଳେ ଗୁରୁବାର ନଗର କିର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିବା ବେଳେ ମଠାଧିଶ ମହନ୍ତ ମଦନମୋହନ ମହାରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ଗତକାଲି ସଂନ୍ଧ୍ୟାରେ ଏଠାରେ ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି।
